fbpx

ଲେମ୍ବୁ ଓ ଗୁଡ଼ର ପାଣି ପିଇବା ଦ୍ୱାରା କମିଥାଏ ଓଜନ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ଲେମ୍ବୁ ଓ ମହୁ ପିଇବାର ଉପକାର ତ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଲେମ୍ବୁ ଏବଂ ଗୁଡର ପାଣି ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ । ଯେଉଁମାନେ ଓଜନ କମାଇବାକୁ କଠିନ ପରିଶ୍ରମ କରୁଛନ୍ତି, ସେମାନେ ଏହି ସହଜ ଆୟୁର୍ବେଦିକ ରେସିପି ମାଧ୍ୟମରେ ନିଜର ଓଜନ ହ୍ରାସ କରିପାରିବେ । ଆଜି ଆମେ ଆପଣଙ୍କୁ ଏପରି ପାନୀୟ କିମ୍ବା ଆୟୁର୍ବେଦିକ ମିଶ୍ରଣ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ହେଉଛି ଗୁଡ଼ ଓ ଲେମ୍ବୁ, ଯାହାକୁ ଏକାସାଙ୍ଗରେ ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ ।

ଗୁଡ଼ର ଲାଭ
ଚିନି ତୁଳନାରେ ଗୁଡ଼ ଆପଣଙ୍କ ଶରୀର ପାଇଁ ଭଲବୋଲି ସାବ୍ୟସ୍ତ ହୋଇଥାଏ । ଏଥିରେ ଅଳ୍ପ ପରିମାଣର କ୍ୟାଲୋରୀ ଥାଏ । ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଏବଂ ସେଲେନିୟମ୍ ଭରପୂର ମାତ୍ରାରେ ରହିଥାଏ, ଯାହାକି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଗୁଡ଼ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଓ ମେଟାବୋଲିଜିମକୁ ଶକ୍ତିଶାଳୀ କରିଥାଏ । ଖାଇବା ପରେ ଏକ ଛୋଟ ଖଣ୍ଡ ଗୁଡ଼ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯାଏ ।

ଲେମ୍ବୁର ଉପକାର
ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ମେଟାବୋଲିଜିମ୍ ବଢ଼ାଇଥାଏ । ଲେମ୍ବୁରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ କୋଷଗୁଡ଼ିକୁ ମୁକ୍ତ ରେଡିକାଲ୍ ଦ୍ୱାରା କ୍ଷତିରୁ ରକ୍ଷା କରିଥାଏ । ଓଜନ ହ୍ରାସ କରିବାରେ ଏହା ପ୍ରଭାବଶାଳୀ ।

ଏକାଠି ପିଇଲେ କଣ ହୁଏ
ଲେମ୍ବୁ ଏବଂ ଗୁଡ଼କୁ ଏକାଠି ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ସି ମିଳିଥାଏ । ଏଥିରେ ଜିଙ୍କ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ । ଗୁଡ଼ ଇମ୍ୟୁନିଟି ବୁଷ୍ଟର୍ ପରି କମ୍ କ୍ୟାଲୋରୀ ହୋଇଥାଏ । ଗୁଡ଼ ଏବଂ ଲେମ୍ବର ଏକାଠି ସେବନ ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଓ ଶ୍ୱାସକ୍ରିୟା ମଧ୍ୟ ସଫା ରହିଥାଏ ।

କିପରି ପ୍ରସ୍ତୁତ କରିବେ
ଏହି ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ଲେମ୍ବୁ ରସ ଓ ଗୁଡ଼ର ଛୋଟ ଖଣ୍ଡକୁ ଉଷୁମ ପାଣିରେ ପକାନ୍ତୁ । ଏବେ ଏହାକୁ ଭଲଭାବରେ ମିଶ୍ରଣ କରନ୍ତୁ, ଯେପର୍ଯ୍ୟନ୍ତ ଗୁଡ଼ ପାଣିରେ ମିଶିନଯାଇଛି । ଏହା ପରେ ମିଶ୍ରଣକୁ ପିଅନ୍ତୁ । ଏହାକୁ ପ୍ରତିଦିନ ଖାଲି ପେଟରେ ପିଇବା ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.