fbpx

ମା’ ହେଲା ସିଂହୀ ବିଜ୍‌ଲୀ, ଜନ୍ମଦେଲା ୩ ଶାବକ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ନନ୍ଦନକାନନରେ ସିଂହୀ ବିଜ୍‌ଲୀ ଜନ୍ମଦେଇଛି ଶାବକ । ଏହା ପର‌୍ୟ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ବର୍ଷ ପରେ ସିଂହୀ ବିଜ୍‌ଲୀ ଏକକାଳୀନ ୩ଟି ଶାବକ ଜନ୍ମ ଦେଇଛି । ତିନୋଟି ଶାବକ ମଧ୍ୟରେ ଗୋଟିଏ ଶାବକ ମୃତ ଅବସ୍ଥାରେ ଜନ୍ମ ହୋଇଛି । ଗତ ତିନି ମାସ ତଳେ ସିଂହ ସମ୍ରାଟ ସହିତ ତାର ମିଳନ କରାଯାଇଥିଲା । ଏବେ ନନ୍ଦନକାନନରେ ସିଂହ ସଖ୍ୟା ୧୮କୁ ବୃଦ୍ଧିପାଇଛି । ଜନ୍ମ ଦେଇଥିବା ସିଂହୀକୁ ଗତ ବର୍ଷ ଡିସେମ୍ବର ମାସରେ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନ ଅଣାଯାଇଥିଲା ।

Get real time updates directly on you device, subscribe now.