fbpx

ବରୀମୁଣ୍ଡ ବାଲିଯାତ୍ରା ପଡିଆର ବାଲି ଭିତରୁ ଉଦ୍ଧାର ହେଲା ଗଳିତ ମୃତଦେହ, ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍‌ର ଛାନଭିନ୍‌ ଆରମ୍ଭ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜଧାନୀ ଉପକଣ୍ଠ ବରୀମୁଣ୍ଡ ବାଲିଯାତ୍ରା ପଡିଆରୁ କମିଶନରେଟ୍‌ ପୋଲିସ ଏକ ଗଳିତ ଶବକୁ ଉଦ୍ଧାର କରିବାରେ ସଫଳ ହୋଇଛି। ବୁଧବାର ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏହି ଘଟଣାରେ ଏବେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବାବେଳେ ଅଦ୍ୟାବଧି ଉକ୍ତ ଗଳିତ ଶବର କୌଣସି ପରିଚୟ ମିଳିାରିନାହିଁ ।

ବାଲିଯାତ୍ରା ପଡିଆରେ ଉକ୍ତ ଶବକୁ କେହି ପୋତିଦେଇଥିବା ସନ୍ଦେହ କରାଯାଉଛି । ଗଳିତ ଶବର କେବଳ ହାତପାପୁଲି ଦୃଶ୍ୟମାନ ହୋଇଥିବା ପ୍ରଥମେ ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାପଡିଛି । ତେବେ ଏହି ଦୁବୃର୍ତ୍ତ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟାକରି ଏଠାରେ ପୋତିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.