fbpx

ଆୟୁଷ ନିର୍ଦେଶକଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର,୯/୭(ଓଡିଶା ଭାସ୍କର): ଭୁବନେଶ୍ବର ଝାରପଡ଼ା ଜେଲ୍‌କୁ ଗଲେ ଆୟୁଷ ନିର୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ। SDJMଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଜେଲ୍‌ ଗଲେ। ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ ବିଭୁପ୍ରସାଦ।

ତେବେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ଗିରଫ କରିଥିଲା ମହିଳା ଥାନା ପୋଲିସ । ତାଙ୍କ ନାମରେ ନିଜ ଅଫିସର ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଆଜି ତାଙ୍କୁ ଥାନାରେ ହାଜର ହେବାକୁ ମହିଳା ଥାନା ପୋଲିସ ନୋଟିସ ଜାରି କରିଥିଲା । ଏହି ମାମଲାରେ ମହିଳା ଥାନା ପୋଲିସ ବହୁ ଘଣ୍ଟା ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ଼ କରିଥିଲା ପୋଲିସ । ସବୁ ତଥ୍ୟକୁ ସାମ୍ନାରେ ରଖି ଆଇପିସି ୩୫୪(ଡ଼ି) ଓ ୬୭ ଆଇଟି ଆକ୍ଟ ବଳରେ ତାଙ୍କୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଥିଲା ।

Get real time updates directly on you device, subscribe now.