fbpx
BSKY
BJD SHG SKY
BJD YOUTH SKY

ପରଲୋକରେ ଆଜାଦ ହିନ୍ଦ ଫୌଜର ବୀର ଯବାନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜାଦ ହିନ୍ଦ ଫୌଜର ବୀର ଯବାନ ଓ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ବିଷୋୟୀଙ୍କ ପରଲୋକ ଘଟିଛି । ରଣପୁର ବ୍ଲକର ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ମଝିଆ ଖଣ୍ଡା ଗ୍ରାମର ଏହି ବୀରପୁତ୍ର ଜଣକ ୧୯୪୫ରେ ଆଜାଦ ହିନ୍ଦ ଫୌଜରେ ଯୋଗ ଦେବା ସହିତ ରେଙ୍ଗୁନ ସେଣ୍ଟ୍ରାଲ ଜେଲରେ ସଜା ମଧ୍ୟ କାଟିଛନ୍ତି ।

ଏହି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ନୟାଗଡ ଜିଲ୍ଳାପାଳ ଶୋକ ପ୍ରକାଶ କରିଛନ୍ତି । ସ୍ୱାଧିନତା ସଂଗ୍ରାମରେ ଅନବଦ୍ୟ ଅବଦାନ ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ ହୋଇଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ବିୟୋଗ ଆମ ପାଇଁ ଅପୂରଣୀୟ କ୍ଷତି । ଇଶ୍ୱରଙ୍କ ସଂଗ୍ରାମ ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ଟ୍ୱିଟ୍ କରିଛନ୍ତି ନୟାଗଡ ଜିଲ୍ଲାପାଳ ।

Get real time updates directly on you device, subscribe now.