fbpx

ଦୁର୍ଘଟଣା ଦେଖି ଧାଇଁ ଆସିଲେ ମହିଳା ଟ୍ରାଫିକ୍ ପୋଲିସ୍; ତାପରେ…

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଟ୍ରାଫିକ ପୋଲିସଙ୍କ ସେବା ମନୋବୃତ୍ତିର କାହାଣୀ ଆପଣ ଶୁଣିଥିବେ । ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ରାଜଧାନୀର ଏଜି ଛକରେ ଜନୈକ ମହିଳାଙ୍କ ଦୁର୍ଘଟଣା ଘଟିଥିବା ବେଳେ ତାଙ୍କର ସହାୟତା ପାଇଁ ଆଗେଇ ଆସିଥିଲେ ମହିଳା ଟ୍ରାଫିକ୍ ପୋଲିସ ବିନ୍ଦୁ ବାରିକ । ମହିଳା ଜଣଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସହିତ ନିଜ ହାତରେ ବ୍ୟାଣ୍ଡେଜ କରିଥିଲେ ବିନ୍ଦୁ । ଏହାପରେ ପିସିଆରକୁ ଫୋନ କରି ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ ବିନ୍ଦୁ । ବିନ୍ଦୁଙ୍କ ଏହି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.