ଘୋଡ଼ାଠୁ ବି ଆହୁରି ଦ୍ରୁତ ବାବା ରାମଦେବ, ୬୦ ବର୍ଷ ବୟସରେ ବି ଏତେ ଫିଟ୍
ଭାଇରାଲ ହେଉଛି ଭିଡ଼ିଓ। ଘୋଡ଼ାକୁ ବି ରେସରେ ପଛରେ ପକାଇ ଦେଲେ ବାବା ରାମଦେବ। ୬୦ ବର୍ଷ ବୟସରେ ବି ଏତେ ଜୋସ୍।
ନୂଆଦିଲ୍ଲୀ: ୬୦ ବର୍ଷ ବୟସରେ ଏତେ ଜୋସ୍। ଘୋଡ଼ାକୁ ବି ଦେଇ ପାରୁଛନ୍ତି ଟକ୍କର। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ କହୁଛନ୍ତି। ଏତେ ବୟସରେ ପୁଣି ଦେହରେ ଏତେ ଜୋସ୍।
କି ଦୌଡରେ ଘୋଡାକୁ ବି ମାତ୍ ଦେଇ ଦେଉଛନ୍ତି। ହଁ ଆମେ ଆଉ କାହା କଥା କହୁନାହୁଁ ଆମେ କହୁଛୁ ଯୋଗ ଗୁରୁ ରାମଦେବ ବାବାଙ୍କ କଥା। ଯିଏକି ଘୋଡ଼ା ସହ ଟକ୍କର ଦେଇ ଦୌଡୁ ଥିବାର ଏକ ଭିଡ଼ିଓ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହା ଭାଇରାଲ ହେବାରେ ଲାଗିଛି।
ରାମଦେବ ବାବା: ଯୋଗଗୁରୁ ସ୍ୱାମୀ ରାମଦେବ ସବୁବେଳେ ତାଙ୍କର ଫିଟନେସ୍ ଏବଂ ଯୋଗ ପାଇଁ ଚର୍ଚ୍ଚାରେ ଥାନ୍ତି। ତାଙ୍କର ଅନେକ ଯୋଗ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଆପଣମାନେ ଦେଖିଥିବେ।
ଯେଉଁଥିରେ ସେ ବିଭିନ୍ନ ପ୍ରକାରର ଯୋଗ କରୁଥିବାର ଦେଖାଯାଆନ୍ତି। ହେଲେ ଏବେ ତାଙ୍କର ଆଉ ଏକ ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।
ଘୋଡ଼ା ସହ ରେସ୍: ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଘୋଡ଼ାର ଦୌଡିବାର ତୀବ୍ରତା କେତେ। ଆଉ ଏବେ ସ୍ୱାମୀ ରାମଦେବଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ସେ ତାଙ୍କର ଫିଟନେସ୍ ପ୍ରଦର୍ଶନ କରୁଥିବାର ଦେଖାଯାଉଛି।
ଏହି ଭିଡିଓରେ ସେ ଘୋଡା ସହିତ ଦୌଡ଼ୁଛନ୍ତି। ଭିଡିଓରେ ସେ ସ୍ପୋର୍ଟସ୍ ଜୋତା ପିନ୍ଧିଛନ୍ତି ଏବଂ ତାଙ୍କ ସହିତ ଏକ ଧଳା ଘୋଡା ଅଛି, ଯାହା ଉପରେ ଆରୋହୀ ବସିଛନ୍ତି। ରାମଦେବ ଘୋଡା ପାଖରେ ବହୁତ ଦ୍ରୁତ ଗତିରେ ଦୌଡୁଛନ୍ତି।
କିଏ ଜିତିଲା: ଘୋଡ଼ାଟି ବି ଦ୍ରୁତ ଗତିରେ ଦୌଡ଼ୁଥାଏ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହାକି ଏହି ରେସରେ ଘୋଡାକୁ ବି ପଛରେ ପକାଇ ଦେଇଛନ୍ତି ବାବା ରାମଦେବ। ଯାହାକି ୬୦ ବର୍ଷ ବୟସରେ ତାଙ୍କ ଫିଟନେସର ପ୍ରମାଣ ଦେଉଛି।
ଭାଇରାଲ ଭିଡ଼ିଓ: ଏହି ଭିଡ଼ିଓଟି ବାବା ରାମଦେବଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ପୋଷ୍ଟ କରାଯାଇଛି। ଯାହାକି ପୋଷ୍ଟ ହେବାର କିଛି ଘଣ୍ଟା ମଧ୍ୟରେ ୨୫ ଲକ୍ଷ ଭ୍ୟୁ ସଂଗ୍ରହ କରିସାରିଲାଣି। ଯାହା ଉପରେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଆସିଛି।
ଜଣେ ୟୁଜର୍ସ ଲେଖିଛନ୍ତି ଜୟ ସ୍ୱାମୀଜୀ। ସେହିପରି ଆଉ ଜଣେ ଲେଖିଛନ୍ତି ଆଣ୍ଟି-ଟନିକ୍ ବିନା ମଧ୍ୟ, ସ୍ୱାମୀଜୀ ଯୋଗ ମାଧ୍ୟମରେ ଏତେ ଶକ୍ତି ପାଇଛନ୍ତି ଯେ ସେ ଘୋଡା ଠାରୁ ମଧ୍ୟ ଦ୍ରୁତ ଗତିରେ ଦୌଡ଼ି ପାରୁଛନ୍ତି।