fbpx

ଡାକ୍ତର ହେଉଛନ୍ତି ଦେବଦୂତ, ଏମିତି ମାନିଲେ, ନରମିଲେ ଚର୍ଚ୍ଚିତ ଯୋଗଗୁରୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱରୁ ଟଳିନି ସଂକଟ । ମହାମାରୀ କରୋନା ପାଇଁ ଆମେ ଦେଶ ବି ହେଉଛି ଛଟପଟ । ଏଭଳି ସ୍ଥିତିରେ ଗବେଷକ, ବୈଜ୍ଞାନିକ ଓ ଡାକ୍ତରମାନେ ଦିନ ରାତି ଏହାର ପ୍ରତିିକାର ପାଇଁ ଖୋଜୁଛନ୍ତି ବାଟ । କିନ୍ତୁ ସେପଟେ କେଉଁନି ନା କେଉଁଠି ଦେଖିବାକୁ ମିଳୁଛି ବାବା-ବିବାଦ । କିଏ କଣ ମତ ଦେଇ ନିଜେ ବିବାଦରେ ଛନ୍ଦି ହେଉଛନ୍ତି ତ ଲୋକଙ୍କୁ ପକାଉଛନ୍ତି ଦ୍ୱନ୍ଦ୍ୱରେ । ସେଭଳି କିଛି ଦିନ ଧରି ବିବାଦୀୟ ମତ ଦେଇ ଚର୍ଚ୍ଚାରେ ରହିଆସିଛନ୍ତି ଯୋଗ ଗୁରୁ ବାବା ରାମ ଦେବ । ତେବେ ଏଥର ବାବା ରାମଦେବ କରୋନା ‘ଟିକା’ ନେବେ ବୋଲି ଜଣାପଡ଼ିଛି । ଏହାକୁ ନେଇ ପୁଣି ସାରା ଦେଶରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା ।

ସୂଚନାଯୋଗ୍ୟ ଯେ, ଆମ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଜଣେ ଆତ୍ମଘୋଷିତ ‘ବାବା’ କରୋନାକୁ ଚୁଟକିରେ ଭଲ କରିଦେବେ ବୋଲି ଦାବି କରୁଥିଲେ । କୁଆଡ଼େ ତାଙ୍କ ସ୍ପର୍ଶ ମାତ୍ରେ କରୋନଳ ପଳାଇବ କହୁଥିବା ତଥାକଥିତ ବାବାଙ୍କୁ ଏବେ ଆଉ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳୁନି । ସେ ଏକପ୍ରକାର ଆତ୍ମଗୋପନରେ ରହିଥିବା ବିଶେଷସୂତ୍ରରୁ ଜଣାପଡ଼ିଛି । ଠିକ୍ ସେହିଭଳି ବଡ଼ ବିବାଦୀୟ ତଥା ପଳାତକ ବାବା ନିତ୍ୟାନନ୍ଦ କହୁଛନ୍ତି ଯେ କୁଆଡ଼େ ଦେଶରେ ପାଦ ରଖୁରଖୁ କରୋନା ଛୁ’ ମନ୍ତର କହିବ । ଏଭଳି ବାବାଙ୍କୁ ବାଦ୍ ଦେଲେ ଯୋଗ ପାଇଁ ନିଆରା ପରିଚୟ ସୃଷ୍ଟି କରିଥିବା ବାବା ରାମଦେବ କିଛିଦିନ ତଳେ ଏଲୋପାଥି ଔଷଧକୁ ନେଇ ଦେଇଥିଲେ ବିବାଦୀୟ ମତ । କରୋନା ପାଇଁ ଉଦ୍ଦିଷ୍ଟ ଏଲୋପାଥି ଔଷଧ କାମ ଦେଉନଥିବା ଭଳି ମନ୍ତବ୍ୟ ଦେବା ଫଳରେ ତାଙ୍କ ବିରୋଧରେ ଉଠିଥିଲା ସାଂଘାତିକ ଅଭିଯୋଗ । ବେଶ୍ କିଛି ଦିନ ଧରି ଚର୍ଚ୍ଚା ଓ ବିବାଦ ଲାଗି ରହିବା ପରେ ଏବେ ସେଥିରେ ହୁଏତ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି କୁହାଯାଉଛି ।

ସମ୍ପ୍ରତି ଜଣାପଡ଼ିଛି ଯେ ବାବା ରାମଦେବ ଏଲୋପାଥି ପ୍ରସଙ୍ଗରେ ନିଜ ମତ ବଦଳାଇଛନ୍ତି । ଟିକାକରଣ ପ୍ରତି ତାଙ୍କର ଭରସା ଜାଗୃତ ହୋଇଛି ଏବଂ ସେ ଟିକା ନେବାକୁ ପ୍ରସ୍ତୁତ ବୋଲି ମତ ଦେଇଛନ୍ତି । ଖାଲି ସେତିକି ନୁହେଁ, ଡାକ୍ତରମାନେ ‘ଦେବଦୂତ’ ବୋଲି କହିଛନ୍ତି ବାବା ରାମଦେବ । କିନ୍ତୁ ନିୟମିତ ଯୋଗ ଏବଂ ଆୟୁର୍ବେଦ ଔଷଧ ସେବନ ଯୋଗୁଁ କରୋନା ସହ ଲଢ଼େଇ କରିବା ପାଇଁ ତାଙ୍କର ଯଥେଷ୍ଟ କ୍ଷମତା ଅଛି ବୋଲି ପୂର୍ବରୁ ସେ କହିଥିଲେ । ଏଥିସହ ଏଲୋପାଥିର ପାଶ୍ୱର୍ ପ୍ରତିକ୍ରିୟ ରହୁଛି ବୋଲି କହିବାକୁ ନେଇ ବିଭିନ୍ନ ମେଡିକାଲ ଆସୋସିଏସନ୍ ତାଙ୍କ ବିରୋଧରେ ଅଭିଯୋଗ ଉଠାଇଥିଲେ । କିନ୍ତୁ ଏଥର ବାବା କହିଛନ୍ତି ଯେ କୌଣସି ସଂଗଠନ ବା ସଂସ୍ଥା ସହ ତାଙ୍କର ବିବାଦ କିଛି ନାହିଁ ।

Get real time updates directly on you device, subscribe now.