fbpx

ଟିକା ନେବା ପରେ ଶରୀରରେ ଆସିଗଲା ମ୍ୟାଗନେଟିକ୍ ପାୱାର, ଆଉ ତାପରେ…..

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିବାପରି ଖବର ଆସିଛି । ଯାହା ଆପଣ ଆଗରୁ କେବେ ବି ଶୁଣି ନଥିବେ । ଘଟଣା ହେଉଛି ଯେ, ନାସିକର ଜଣେ ବୟସ୍କ ବ୍ୟକ୍ତି ଏବଂ ତାଙ୍କ ପରିବାର ଦାବି କରିଛନ୍ତି ଯେ, ଟିକା ନେବା ବୟସ୍କଙ୍କ ଶରୀରରେ ହଠାତ୍ ଚୁମ୍ବକୀୟ ଶକ୍ତି ଆସିଯାଇଛି । ଟିକା ନେଇ ଆସିବା ପରେ ଘରେ ଥିବା ଚାମଚ ଠାରୁ ଆରମ୍ଭ କରି ଷ୍ଟିଲ୍ ଏବଂ ଲୁହାରେ ତିଆରି ବାସନ ସବୁ ତାଙ୍କ ଶରୀରରେ ଆସି ଲାଗି ଯାଉଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି ।

ତେବେ ଏହି ଘଟଣା ସମ୍ପର୍କରେ ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ମାମଲାର ଯାଞ୍ଚ ନିମନ୍ତେ ଆଦେଶ ଦେଇଥିଲେ । ଗୁରୁବାର ସେ କହିଛନ୍ତି ଯେ, ଏହି ମାମଲାର ବିସ୍ତୃତ ତଥ୍ୟ ସମସ୍ତଙ୍କ ସାମନାକୁ ଆସିବା ଦରକାର । ସେହିପରି ଉକ୍ତ ପରିବାର ଏହି ଘଟଣାର ପ୍ରମାଣ ବାବଦକୁ ଏକ ଭିଡିଓ ମଧ୍ୟ ଅପଲୋଡ୍ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବୟସ୍କ ବ୍ୟକ୍ତି ଅରବିନ୍ଦ ସୋନାର୍ ଙ୍କ ଶରୀରରେ ଚାମଚ, ଛୋଟ ପ୍ଲେଟ୍ ଏବଂ ଘରେ ବ୍ୟବହୃତ ହେଉଥିବା ଅନ୍ୟ ଛୋଟ ଛୋଟ ବାସନ ସବୁ ଲାଗି ରହିଛି ।

 

View this post on Instagram

 

A post shared by Bol Bhidu (@bolbhidu)

ଏହି ଭିଡିଓଟି ଭାଇରାଲ୍ ହେବା ପରେ ସେଠାକାର ପ୍ରଶାସନ ଘଟଣାର ଯାଞ୍ଚ କରିବା ନିମନ୍ତେ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ । ସେମାନେ ମଧ୍ୟ ଏହି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Get real time updates directly on you device, subscribe now.