fbpx

କୋ-ୱିନରେ ସ୍ଲଟ୍ ବୁକିଂ କରିବା ପାଇଁ ବାରମ୍ବାର କୋ-ୱିନ୍ ଆପକୁ ଲଗ୍-ଇନ୍ କରୁଛନ୍ତି କି? ହୋଇପାରେ ଏହି ଅସୁବିଧା

ପୁନେ: କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ୧୮ରୁ ୪୪ ବର୍ଷ ବର୍ଗର ଲୋକମାନଙ୍କ ଟିକାକରଣ ନିମନ୍ତେ କୋ-ୱିନ୍ ପୋଟାର୍ଲ ରେ ସ୍ଲଟ୍ ବୁକିଂ କରିବା ପରେ ଟିକା ଦେବାକୁ ଅନୁମତି ରହିଛି । ହେଲେ ଏବେ ଏହି ପୋଟାର୍ଲର ଜଣେ ଅଧିକାରୀ ସ୍ଲଟ୍ ବୁକିଂ କରିବା ପ୍ରକ୍ରିୟାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ମାନେ ସ୍ଲଟ୍ ପାଇବାକୁ ବାରମ୍ବାର କୋ-ୱିନ୍ ପୋଟାର୍ଲରେ ୨୪ ଘଣ୍ଟାରେ ହଜାରେରୁ ଅଧିକ ଥର ସର୍ଚ୍ଚ କରୁଛନ୍ତି କିମ୍ବା ୫୦ରୁ ଅଧିକ ଓଟିପି ବାହାର କରୁଛନ୍ତି, ସେହି ୟୁଜରଙ୍କୁ କୋୱିନ୍ ଆପ୍ ବ୍ଲକ୍ କରିବ ।

ଏହିଭଳି ୟୁଜର୍ସଙ୍କୁ ୨୪ ଘଣ୍ଟା ପାଇଁ ବ୍ଲକ୍ କରାଯିବ ବୋଲି ସେ କହିଛନ୍ତି । ତେବେ ୧୫ ମିନିଟର ଅବଧିରେ ଯେଉଁମାନେ ୨୦ ଥରରୁ ଅଧିକ ସର୍ଚ୍ଚ କରିବେ ସେହି ୟୁଜରମାନଙ୍କୁ କୋ-ୱିନ୍ ପକ୍ଷରୁ ଲଗ୍-ଆଉଟ୍ କରିଦିଆଯିବ । ୟୁଜର୍ମାନେ ଗୋଟିଏ କିମ୍ବା ଦୁଇଟି ପିନ୍ କୋଡ୍ କିମ୍ବା ଜିଲ୍ଲାରେ ଲଗ୍ ଇନ୍ କରିବାର ଅଳ୍ପ ସମୟ ମଧ୍ୟରେ ୨୦ କିମ୍ବା ୨୦ରୁ ଅଧିକ ଥର ସର୍ଚ୍ଚ ନକରିବାକୁ ଅଧିକାରୀ ଜଣକ କହିଛନ୍ତି ।

ଏହା ସହ କୋ-ୱିନ୍ ପୋଟାର୍ଲରେ ସହର ଏବଂ ଗ୍ରାମାଞ୍ଚଳରେ ଟିକାକରଣ କେନ୍ଦ୍ର ସମ୍ପର୍କରେ ବିବରଣୀ ରହିବ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯାଉ । ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍ ଦେବା ମାମଲାରେ ଅନେକ ରାଜ୍ୟ ବହୁ ପଛରେ ପଡ଼ିଛନ୍ତି । ୧୮ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ୧୯ ରାଜ୍ୟରେ ଫ୍ରଣ୍ଟଲାଇନ୍ ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍ ଧିମା ଗତିରେ ଦିଆଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.