fbpx

କବାଡି ଖେଳାଳିଙ୍କଠୁ ବି କମ୍ ଦରମା ପାଆନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ: ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରଶଂସକ ବେଶ୍ ଭଲ ଭାବେ ଜାଣିଥିବେ ଯେ, ଭାରତୀୟ କ୍ରିକେଟ୍ ଖେଳାଳିଙ୍କ ଯେତିକି ଦରମା ପାଆନ୍ତି ତାଠୁ ଢେର୍ କମ ଟଙ୍କା ପାଆନ୍ତି ପାକିସ୍ତାନ କ୍ରିକେଟ୍ର। କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଭାରତୀୟ କବାଡି ଖେଳାଳି ଅଛନ୍ତି ଯାହାଙ୍କ ଦରମାଠୁ କମ ଟଙ୍କା ପାଆନ୍ତି ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମ।
ପାକିସ୍ତାନ ସୁପର ଲିଗ୍ରେ ବାବର ଆଜମଙ୍କୁ ୧.୨୪ କୋଟି ଟଙ୍କା ମିଳିଥାଏ। ଅପରପକ୍ଷେ ଭାରତର ପ୍ରୋ କବାଡି ଲିଗ୍ର ଷ୍ଟାର ପ୍ରଦୀପ ନରଓ୍ଵାଲ ଏବଂ ସିଦ୍ଧାର୍ଥ ଦେଶାଇଙ୍କୁ ଆଜମଙ୍କଠୁ ଅଧିକ ଦରମା ମିଳିଥାଏ। ପ୍ରୋ କବାଡି ଲିଗ୍ରେ ଯେଉଁଠି ଖେଳାଳି ୪୦ ମିନିଟ୍ ଖେଳନ୍ତି, ସେଠାରେ ପାକିସ୍ତାନ ଖେଳାଳି ସୁପର ଲିଗ୍ରେ ଗୋଟିଏ ମ୍ୟାଚ୍ରେ ପ୍ରାୟ ୪ ଘଣ୍ଟା ଖେଳିଥାନ୍ତି। ଏହା ସତ୍ତ୍ଵେ ବାବର ଆଜମଙ୍କ ପରି ତାରକା ଖେଳାଳିଙ୍କୁ ବହୁତ ଦରମା ମିଳୁଛି।
ୟୁପି ଯୋଦ୍ଧାର ରାଇଡର ପ୍ରଦୀପ ନରଓ୍ଵାଲଙ୍କ ଦରମା ୧.୬୫ କୋଟି ଟଙ୍କା ରହିଛି। ସେ ଏହି ଲିଗ୍ର ସବୁଠୁ ମହଙ୍ଗା ଖେଳାଳି। ତାଙ୍କ ପରେ ସିଦ୍ଧାର୍ଥ ଦେଶାଇ ଗୋଟିଏ ସିଜିନ ପାଇଁ ୧.୩୦ କୋଟି ଟଙ୍କା ମିଳୁଛି। ବାବରଙ୍କୁ ଏହି ଦୁଇ ଖେଳାଳିଙ୍କଠୁ ବି କମ୍ ଦରମା ଅର୍ଥାତ ୧.୨୪ କୋଟି ଟଙ୍କା ମିଳୁଛି। ବାବର ପାକିସ୍ତାନ ସୁପର ଲିଗ୍ରେ ପ୍ଲାଟିନମ କାଟାଗୋରୀର ଖେଳାଳି। ନିକଟରେ ତାଙ୍କୁ କରାଚି କିଙ୍ଗ୍ସ ଦଳର ଅଧିନାୟକ କରାଯାଇଛି।

Get real time updates directly on you device, subscribe now.