fbpx

ଓମିକ୍ରନକୁ ନେଇ ସତର୍କ କରାଇଲା WHO, ତିନି ଗୁଣା ବଢୁଛି ସଂକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଓମିକ୍ରନ ଭାଇରସକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ହୁର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ଏହି ଭାଇରସରେ ସଂକ୍ରମଣ ସମ୍ଭାବନା ୩ ଗୁଣ ବଢୁଥିବା ନେଇ ସୂଚନା ଦେଇଛନ୍ତି । ସ୍ୱାମୀନାଥନ କହିଛନ୍ତି ଏହି ନୂତନ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ତୁଳନାରେ ଅଧିକ ମାରାତ୍ମକ । ପ୍ରଥମ ଥର ସଂକ୍ରମିତ ହେବାରୁ ୯୦ ଦିନ ମଧ୍ୟରେ ସଂକ୍ରମିତ ହେବାର ସମ୍ଭାବନା ବଢିଥାଏ । ଏହି ଭାଇରସ ସମ୍ପର୍କରେ ଅଧିକ ରିସର୍ଚ୍ଚ ଜାରି ରହିଥିବା ବେଳେ ହୁ ପକ୍ଷରୁ ଏହି ତଥ୍ୟ ଭୟର ବାତାବରଣ ସୃଷ୍ଟି କରିଛି ।

ଡେଲଟା ଭାରିଆଣ୍ଟର ଏପରି ଗୁଣ ପାଇଁ ଏହା ଅଧିକ ମାରାତ୍ମକ ରହିଥିଲା । ଥରେ ସଂକ୍ରମିତ ହେବା ପରେ ନିୟମିତ ଭାବରେ ସଂକ୍ରମିତ କରିବାର ସମ୍ଭାବନା ବୃଦ୍ଧି ପାଇଥିଲା । ବର୍ତ୍ତମାନ ସୁଦ୍ଧା ଓମିକ୍ରନର ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା ବେଳେ ଏହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ସ୍ୱାମୀନାଥନ । ଆସନ୍ତା ୨-୩ ସପ୍ତାହ ମଧ୍ୟରେ ଏହି ଆଶଙ୍କା ଉପରେ ସ୍ପଷ୍ଟ ସୂଚନା ମିଳିଯିବ ବୋଲି ସୌମ୍ୟା କହିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ଭାଇରସ ଦ୍ୱାରା ଶିଶୁ ମାନେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ୱାମୀନାଥନ ମତ ଦେଇଛନ୍ତି । ଏହା ସହିତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟିଂ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ବର୍ତ୍ତମାନ ସମୟରେ ଟିକାକରଣ ହିଁ ଏହି ଭାରିଆଣ୍ଟ ବିପକ୍ଷରେ ଲଢିବାର ଏକମାତ୍ର ମାଧ୍ୟମ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.