fbpx
BSKY SKY
BSKY SKY

ଶୀତ ଦିନେ ଏହି ସବୁ ଫାଇଦା ପ୍ରଦାନ କରିଥାଏ ସୋରିଷ ତେଲ; ଜାଣନ୍ତୁ କଣ

BSKY

ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ସାବ୍ୟସ୍ତ ହୋଇଛି ସୋରିଷ ତେଲ । ଏହା ପ୍ରାୟ ସମସ୍ତଙ୍କ ଘରେ ମିଳିଥାଏ ସୋରିଷ ତେଲ, ଏଥିରେ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏହା ସ୍ୱାସ୍ଥ୍ୟ ଜନିତ ହେଉଥିବା ସମସ୍ତ ସମସ୍ୟାକୁ ଦୂର କରିବା ସହ ଥଣ୍ଡା ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ସୋରିଷ ତେଲ ।

ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ର ଉପକାରୀତା ସଂପର୍କରେ ।

– ଆଣ୍ଠୁ,ଗଣ୍ଠି ଫୁଲିବା, ଯନ୍ତ୍ରଣା ହେବା ସମସ୍ୟାକୁ ଦୂର କରିଥାଏ ସୋରିଷ ତେଲ । ଯନ୍ତ୍ରଣା ହେଉଥିବା ସ୍ଥାନରେ ସୋରିଷ ତେଲ ଲଗାଇ ମାଲିସ କରିବା ଦ୍ୱାରା, ଆରାମ ମିଳିଥାଏ ।

– ସୋରିଷ ତେଲ ଖାଦ୍ୟରେ ଗ୍ରହଣ କରିବା ଦ୍ୱାରା ଏହା ଶରୀରର ଖରାପ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ସୋରିଷ ତେଲ ।

– ସୋରିଷ ତେଲ ଥଣ୍ଡା,କାଶ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୁଏ । ଏହାକୁ ଉଷୁମ କରି ପାଦ ଓ ହାତରେ ଲଗାଇ ମାଲିସ କରିବା ଦ୍ୱାରା, ଆରାମ ଲାଗିଥାଏ ।
– ଏହି ତେଲ ତ୍ୱଚା ଓ କେଶ ପାଇଁ ବହୁତ ଉପକାରୀ । ଖାସକରି ଏହି ତେଲ ଶୀତଦିନେ ତ୍ୱଚା ପାଇଁ ବେଶ ଲାଭଦାୟକ । ଏହାକୁ ତ୍ୱଚାରେ ଲଗାଇ ମାଲିସ କରିବା ଦ୍ୱାରା, ଏହା ତ୍ୱଚାକୁ ରୁକ୍ଷ ହେବାକୁ ଦେଇନଥାଏ ଏବଂ କୋମଳ କରିଥାଏ । କେଶ ପାଇଁ ମଧ୍ୟ ବେଶ ଉପକାରୀ ସାଜିଥାଏ ସୋରିଷ ତେଲ ।

Get real time updates directly on you device, subscribe now.