fbpx

ଅଧିନାୟକ ଇନିଂସ ଖେଳିଲେ ବାଭୁମା, ଭାନ ଦେର ଦୁସେନଙ୍କ ଶତକ: ଭାରତ ଆଗରେ ୨୯୭ ରନର ଟାର୍ଗେଟ

ନୂଆଦିଲ୍ଳୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆ ମୁକାବିଲାରେ ଭାରତ ସମ୍ମୁଖରେ ୨୯୭ ରନର ଲକ୍ଷ୍ୟ ରହିଛି । ଉଭୟ ଦଳର ଅଧିନାୟକ ପଦାର୍ପଣ କରୁଥିବା ବେଳେ ଘରୋଇ ଦଳ ଟସ  ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଟେମ୍ବା ବାଭୁମା ଓ ରାଶି ଭାନ ଦେର ଦୁସେନ  ଶତକ ହାସଲ କରିଥିବା ବେଳେ ଭାରତ ସମ୍ମୁଖରେ ୨୯୭ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୨୯୬ ରନ ସଂଗ୍ରହ କରିଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ରାଶି ଭାନ ଦେର ଦୁସେନ ଅପରାଜିତ ରନ କରିଥିବା ବେଳେ ବାଭୁମା ଧୈର୍ଯ୍ୟପୂର୍ଣ୍ଣ ୧୧୦ ରନ କରିଥିଲେ । ଭାନ ଦେର ଦୁସେନ ୯୬ଟି ବଲ ଖେଳି ୧୨୯ ରନ ସଂଗ୍ରହ କରିବା ସହିତ ଦିନିକିଆ କ୍ୟାରିୟରର ସର୍ବୋଚ୍ଚ ରନ ସଂଗ୍ରହ କରିଥିଲେ । ଏହି ଇନିଂସରେ ୯ଟି ଚୌକା ଓ ୪ଟି ଛକା ମାରିଥିଲେ । ଟେମ୍ବା ବାଭୁମା ଅଧିନାୟକ ଇନିଂସ ଖେଳିବା ସହିତ ଧୈର୍ଯ୍ୟପୂର୍ଣ୍ଣ ୧୧୦ ରନ କରିଥିଲେ । ୧୪୩ ରନ ବଲ ଖେଳିଥିବା ବାଭୁମା ୮ଟି ଚୌକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ୱିଣ୍ଟନ ଡିକକ ୨୭ ରନ କରିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା ୪୮ ରନ ବ୍ୟୟରେ ଦୁଇଟି ୱିକେଟ ନେଇଥିବା ବେଳେ ଆର ଅଶ୍ୱିନ ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.