fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା: ୪୮ ଘଣ୍ଟା ପୂର୍ବରୁ ମଦ ବନ୍ଦ, ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା । ୪୮ ଘଣ୍ଟା ପୂର୍ବରୁ ମଦ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ କଟକଣା ଲାଗୁ କରାଯାଇଛି । ଏହା ସହିତ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଭୋଟ ହେବାର ୪୮ ଘଣ୍ଟା ପୂର୍ବ ସମୟ ଠାରୁ ଗୋଟିଏ ଦିନ ପରଯାଏଁ ମଦ ଉପରେ ନିଶେଧାଦେଶ ଲାଗୁ କରାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ ଓ ଦୋକାନ ମାନଙ୍କରେ ମଧ୍ୟ ସମାନ କଟକଣା ଜାରି କରାଯାଇଛି । ସେହିପରି ଭୋଟ ଦେବା ପାଇଁ ସବୈତନିକ ଛୁଟି ମଧ୍ୟ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ଏହି ସୁବିଧା ପ୍ରଦାନ କରାଯିବ । ଫେବୃୟାରୀ୧ ତାରିଖରୁ ମାର୍ଚ୍ଚ ୧୪ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ । ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

Get real time updates directly on you device, subscribe now.