fbpx

Lockdownରେ ସ୍ପେଶାଲ ପାୱାର ସହ ଜନ୍ମ ନେଇଛନ୍ତି ଶିଶୁ! ଅନ୍ୟମାନଙ୍କ ଅପେକ୍ଷା କମ୍ ହେଉଛନ୍ତି ଅସୁସ୍ଥ

ଓଡ଼ିଶା ଭାସ୍କର: କରୋନା ସଂକ୍ରମଣ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଲକଡାଉନ୍ ସମୟରେ ଜନ୍ମ ନେଇଥିବା ଶିଶୁମାନଙ୍କ ଦେହରେ ଏକ ସ୍ୱତନ୍ତ୍ର ଶକ୍ତି ଥିବା କୁହାଯାଉଛି । ଅନ୍ୟ ପିଲାମାନଙ୍କ ଅପେକ୍ଷା ସେମାନଙ୍କ ଦେହରେ ଅଧିକ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଥିବା ନେଇ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି । ଏହି ସମୟରେ ଜନ୍ମ ନେଇଥିବା ଶିଶୁ ଅଧିକ ଇମ୍ୟୁନିଟି ସହ ପୃଥିବୀରେ ଜନ୍ମଗ୍ରହଣ କରିଥିବା ନେଇ ରିସର୍ଚ୍ଚରେ ପ୍ରକାଶ ପାଇଛି । ତେଣୁ ଅନ୍ୟ ପିଲାମାନଙ୍କ ଅପକ୍ଷା ଏହି ପିଲାମାନେ କମ୍ ପରିମାଣରେ ଅସୁସ୍ଥ ହୋଇଥାନ୍ତି ବୋଲି ରିସର୍ଚ୍ଚରେ ଉଲ୍ଲେଖ କରାଯାଇଛି ।

ଆୟରଲାଣ୍ଡ ୟୁନିଭର୍ସିଟି କଲେଜ ଅଫ୍ କର୍କ ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ, ଲକଡାଉନ ସମୟରେ କରୋନା ମହାମାରୀ ଆଗରେ ଲକ୍ଷ ଲକ୍ଷ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ହାର ମାନିଥିଲା । କିନ୍ତ କିଛି ଲୋକ ଏହାକୁ ମାତ୍ ଦେଇ ନୂଆ ଜୀବନ ପାଇବାରେ ସଫଳ ହୋଇଛନ୍ତି । ସେହିପରି ଏହି ଲକଡାଉନରେ ଜନ୍ମ ନେଇଥିବା ଶିଶୁ ମଧ୍ୟ ବେଶ୍ ପ୍ରଭାବଶାଳୀ । ଏମାନଙ୍କ ଇମ୍ୟୁନିଟି ଅନ୍ୟ ପିଲାଙ୍କ ଅପେକ୍ଷା ଏହି ସମରେ ଜନ୍ମ ନେଇଥିବା ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ଏହି ରିସର୍ଚ୍ଚରୁ ଜଣାପଡ଼ିଛି । ଏହି ପିଲାମାନଙ୍କ ଦେହରେ ସାଧାରଣ ପିଲାଙ୍କ ଅପେକ୍ଷା କମ୍ ଅସୁସ୍ଥତା ଦେଖାଯାଏ । ଏମାନଙ୍କ ପେଯରେ ମାଇକ୍ରୋବାୟୋମ୍ ଅନ୍ୟ ପିଲାମାନଙ୍କ ତୁଳନାରେ ଖୁବ ଅଲଗା ଦେଖାଯାଇଛି । ତଣୁ ପିଲାମାନଙ୍କ ଦେହରେ ଆଲର୍ଜି ସମସ୍ୟା ତୁଳନାମଃକ ଭାବରେ ଖୁବ କମ୍ ରହିଥାଏ ।

ଏହି ଅନୁସନ୍ଧାନରେ ଦାବି ହୋଇଛି ଯେ, ଗୋଟିଏ ବର୍ଷ ମଧ୍ୟରେ କୋଭିଡରେ ଜନ୍ମ ହୋଇଥିବା ପିଲାମାନଙ୍କଠାରେ କେବଳ ୫ ପ୍ରତିଶତ ଆଲର୍ଜି ମାମଲା ଦେଖିବାକୁ ମିଳିଛି । ପୂର୍ବରୁ ଏହି ସଂଖ୍ୟା ୨୨.୮ ପ୍ରତିଶତରେ ରହିଥିଲା। କେବଳ ଏତିକି ନୁହେଁ, ଏହି ପିଲାମାନଙ୍କ ମଧ୍ୟରୁ ମାତ୍ର ୧୭ ପ୍ରତିଶତ ପିଲାଙ୍କୁ ଏକ ବର୍ଷରେ ଆଣ୍ଟିବାୟୋଟିକ୍ ନେବାକୁ ପଡିଥିଲା ତେବେ ପୂର୍ବରୁ ଏହି ହାର ୮୦ ପ୍ରତିଶତ ଥିଲା । ଲକଡାଉନ୍ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର ପ୍ରତିରକ୍ଷା ବୃଦ୍ଧି ହେବାର ସବୁଠାରୁ ବଡ କାରଣ ହେଉଛି, ଏହି ସମୟ ମଧ୍ୟରେ ପ୍ରଦୂଷଣର ଅଭାବ । କାରଣ ଲକଡାଉନ୍ ସମୟରେ ସବୁକିଛି ବନ୍ଦ ହୋଇଯାଇଥିଲା, ଯେଉଁ କାରଣରୁ ବାୟୁ ପ୍ରଦୂଷଣ କମ୍ ରହିଥିଲା ଏବଂ ପିଲାମାନଙ୍କର ଫୁସଫୁସରେ କମ୍ ବର୍ଜ୍ୟବସ୍ତୁ ପ୍ରବେଶ କଲା । ତେବେ ଏହି ରିସର୍ଚ୍ଚ ରିପୋର୍ଟ ସମଗ୍ର ମାନବଜାତି ପାଇଁ ଏକ ବଡ଼ ଶିକ୍ଷା ହୋଇପାରେ ।

Get real time updates directly on you device, subscribe now.