fbpx

ପାକିସ୍ତାନରେ ପ୍ରବଳ ତୁଷାରପାତ-ବର୍ଷା; ୩୫ ମୃତ, ଭାଙ୍ଗିଲା ଶହ ଶହ ଘର

ନୂଆଦିଲ୍ଲୀ : ପାକିସ୍ତାନରେ ହଠାତ୍ ତୁଷାରପାତ ଓ ବର୍ଷା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ବହୁ ସଂଖ୍ୟକ ଲୋକ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ଅଛନ୍ତି । ଜମି ଖସିବା କାରଣରୁ ଅନେକ ଘର ମଧ୍ୟ ମାଟିରେ ପୋତି ହୋଇଯାଇଛି । ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ପ୍ରବଳ ତୁଷାରପାତ ଓ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହେବା ସହ ଶହ ଶହ ଘର ବୁଡ଼ି ଯାଇଛି ।

ମାର୍ଚ୍ଚ ମାସରେ ହଠାତ୍ ତୁଷାରପାତ ଓ ପ୍ରବଳ ବର୍ଷା କୁ ନେଇ ପାଣିପାଗ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଉତ୍ତର-ପଶ୍ଚିମ ଖୈବର ପଖ୍ତୁନଖୱାର କିର୍କ ଜିଲ୍ଲାର ବାସିନ୍ଦା ହାଜିତ୍ ଶାହା କହିଛନ୍ତି ଯେ ସେ ଜୀବନରେ କେବଳ ଥରେ ଏଭଳି ବରଫ ଓ ବର୍ଷା ଦେଖିଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ ୧୫୦ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ତୁଷାରପାତ ପାଇଁ ୫୦୦ଟି ଘର କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ କ୍ଷୟକ୍ଷତି ଖୈବର ପଖ୍ତୁନଖୱା ଏବଂ ବେଲୁଚିସ୍ତାନ ପ୍ରଦେଶରେ ହୋଇଛି । ଏଠାରେ କେତେକ ଜିଲ୍ଲାରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

Get real time updates directly on you device, subscribe now.