fbpx

ଶରୀର ପାଇଁ କେତେ ଆବଶ୍ୟକ Vitamin B5 ? ଜାଣନ୍ତୁ ଏହାର ଅଭାବ ଯୋଗୁଁ କେଉଁ କେଉଁ ସମସ୍ୟା ସୃଷ୍ଟି ହୋଇପାରେ

ଭିଟାମିନ୍ A,B,C,D ଏବଂ E ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହେଲେ ଆପଣ ଚାଣିଛନ୍ତି କି ଏହା ବ୍ୟତିତ ଅନେକ ଭିଟାମିନ୍ ରହିଛି ଯାହାର କମି ହେବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏଥି ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ B5 । ଏହା ଏପରି ଏକ ଭିଟାମିନ୍, ଯାହା ବିଷୟରେ ଖୁବ୍ କମ ଲୋକ ଜାଣନ୍ତି ଏବଂ ଏତି ପ୍ରତି ସତର୍କ ରହୁନ୍ତି ।

ଏହି ଭିଟାମିନ୍ ଜଳରେ ଦ୍ରବୀଭୂତ ଅଟେ ଯାହା ଫ୍ୟାଟ୍ ଏବଂ କାର୍ବୋହାଇଡ୍ରେଟକୁ ବ୍ରେକ୍ କରି ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ B5 ଶରୀର ପାଇଁ କେତେ ଆବଶ୍ୟକ ଏବଂ ଏହାର ଅଭାବ ଯୋଗୁଁ କେଉଁ କେଉଁ ସମସ୍ୟା ସୃଷ୍ଟି ହୋଇପାରେ ।

ଭିଟାମିନ୍ B5 ଅଭାବରୁ କ’ଣ ହୋଇଥାଏ

ହାତ ଏବଂ ପାଦ ପୋଡିବା ପରି ଅନୁଭୂତ ହୋଇଥାଏ । ମୁଣ୍ଡବିନ୍ଧା, କ୍ଳାନ୍ତ ଅନୁଭବ କରିବା, ଅସ୍ଥିରତା କିମ୍ବା ଚିଡଚିଡ ହେବା ସହ ପେଟ ସମସ୍ୟା ସହ ଚର୍ମର ଶୁଷ୍କତା ଏବଂ ଘା ହେବା ପରି ସମସ୍ୟା ସୃଷ୍ଟି ହୋଇଥାଏ ।

 

ଭିଟାମିନ୍ B5 ର ଉପକାରିତା

1. ଭିଟାମିନ୍ B5 ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ Pantothenic Acid ମଧ୍ୟ କୁହାଯାଏ । ଏହାର ସାହାଯ୍ୟରେ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୁଏ ଭିଟାମିନ୍ ବି5 ଶରୀରରେ ଇନ୍ଧନ ଭାବରେ କାମ କରେ ।

2. ଭିଟାମିନ୍ B5 Heart ପାଇଁ ଲାଭଦାୟକ । ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ ଭିଟାମିନ୍ ବି 5 ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ ଯାହା ହୃଦଘାତକୁ ହ୍ରାସ କରିଥାଏ।

3. ଭିଟାମିନ୍ B5 କୋଲେଷ୍ଟ୍ରଲ କମାଇବା ସହ ହୃଦ ରୋଗ ପରି ସମସ୍ୟା ଦୂର କରିଥାଏ । ଏହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

4. ଶରୀରକୁ ଶକ୍ତି ଯୋଗାଇବାର ମଧ୍ୟ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

6. ଭିଟାମିନ୍ B5 ପ୍ୟାଣ୍ଟୋଥେନିକ୍ ଏସିଡ୍ ର ଉତ୍ସ ଯାହା ଆମିନୋ ଏସିଡ୍, ଫ୍ୟାଟ୍ ଏବଂ କାର୍ବୋହାଇଡ୍ରେଟ୍କୁ ଶକ୍ତିରେ ପରିଣତ କରିବା ପାଇଁ କାର୍ଯ୍ୟ କରିଥାଏ ।

Get real time updates directly on you device, subscribe now.