fbpx

ବାବ୍ରି ମସଜିଦ ବିଧ୍ୱଂସର ୩୦ ବର୍ଷ; ଏହି ଭୟଙ୍କର ଦିନ ବଦଳାଇଥିଲା ଭାରତର ଚିତ୍ର

ନୂଆଦିଲ୍ଲୀ: ଡିସେମ୍ବର ୬, ୧୯୯୨ ହେଉଛି ଏପରି ଏକ ତାରିଖ ଯାହାକୁ କେବେ ଭୁଲିହେବ ନାହିଁ । ଭାରତୀୟ ଇତିହାସରେ ଏହି ଦିନଟି ଏପରି ଚିହ୍ନିତ ହୋଇଛି ଯେ ଏହା ସହ ଜଡିତ ସ୍ମୃତି ଆଜି ବି ଲୋକମାନଙ୍କୁ ଭୟଭୀତ କରେ । ଆଜି ମଧ୍ୟ ମନ୍ଦିର-ମସଜିଦ ସହ ଜଡିତ ସମସ୍ୟା ଉପୁଜିବା ମାତ୍ରେ ଲୋକଙ୍କ ଛାତି ଥରିଯାଏ । ୩୦ ବର୍ଷ ପରେ ମଧ୍ୟ ପ୍ରତ୍ୟେକ ବାର୍ଷିକୀ ଅବସରରେ ଉତ୍ତରପ୍ରଦେଶର ପୋଲିସକୁ ଏଠାରେ କଡା ସୁରକ୍ଷାର ବ୍ୟବସ୍ଥା କରିବାକୁ ପଡିଥାଏ ।

ବାସ୍ତବରେ ବାବ୍ରି ମସଜିଦ ୬ ଡିସେମ୍ବରରେ ଭାଙ୍ଗି ଦିଆଯାଇଥିଲା । ୩୦ ବର୍ଷ ପୂର୍ବେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଘଟିଥିବା ଏହି ଘଟଣା ଇତିହାସରେ ଲିପିବଦ୍ଧ ହୋଇଛି । ରାମ ମନ୍ଦିରର ପ୍ରତୀକାତ୍ମକ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଏକତ୍ରିତ ହୋଇଥିବା ଜନତାଙ୍କ ଦ୍ୱାରା ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା । ଏହି ଘଟଣା ପରେ ଦେଶର ଅନେକ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ଅନେକ ଲୋକ ପ୍ରାଣ ହରାଇଥିଲେ ।

ବାବ୍ରି ମସଜିଦକୁ ଭାଙ୍ଗିବା ସହିତ ମନ୍ଦିର ନିର୍ମାଣ ପାଇଁ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା । ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ କହୁଥିଲେ ‘ମନ୍ଦିର ଆମେ ନିର୍ମାଣ କରିବୁ’ ଅର୍ଥାତ ବାବ୍ରି ମସଜିଦ୍ ଯେଉଁଠାରେ ଅବସ୍ଥିତ ରାମ ମନ୍ଦିର ସେଠାରେ ନିର୍ମାଣ କରିବେ ବୋଲି ନାରା ଦିଆ ଯାଇଥିଲା । ଚଳିତ ବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ଏହି ମାମଲାରେ ୟୁପି ସରକାରଙ୍କ ବିରୋଧରେ ଅବମାନନା ପ୍ରକ୍ରିୟାକୁ ବନ୍ଦ କରିଥିଲେ । ଏହି ମାମଲାରେ ଦୁଇଟି ଅଭିଯୋଗ ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.