fbpx

(Video) ହାତୀ ଛୁଆକୁ ମିଳିଲା z+ ସିକ୍ୟୁରିଟି, ଦେଖନ୍ତୁ କିଏ ଦେଉଥିଲେ ସୁରକ୍ଷା…

ଅନେକ ସମୟରେ ପଶୁପକ୍ଷୀଙ୍କ ସୁନ୍ଦର ଭିଡିଓ ସାମ୍ନାକୁ ଆସିଥାଏ । ଯାହା ଦେଖିବାକୁ ବେଶ୍ ଭଲ ଲାଗିଥାଏ । ସାଧାରଣତଃ ହାତୀଙ୍କ ଦଳରେ ଶୃଙ୍ଖଳା ଦେଖିବାକୁ ମିଳିଥାଏ । ବଡ଼ ହାତୀମାନେ ଦଳରେ ଯତ୍ନ ନେଇଥାନ୍ତି । ଆଉ ଏବେ ଏହିଭଳି ହାତୀମାନଙ୍କର ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଗୋଟିଏ ହାତୀ ଛୁଆକୁ ବୟସ୍କ ହାତୀମାନେ ଏଭଳି ଭାବରେ ସୁରକ୍ଷା ଦେଉଛନ୍ତି ତାହା ଦେଖିଲେ ଆପଣକୁ ବେଶ୍ ପସନ୍ଦ ଆସିବ ।

ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ପୃଥିବୀରେ କେହିବି ନିବଜାତ ଶିଶୁକୁ ହାତୀଙ୍କ ଦଳ ଠାରୁ ଅଧିକ ସୁରକ୍ଷା ଦେଇପାରିବେ ନାହିଁ । ଏହା ଜେଡ୍ +++ ସିକ୍ୟୁରିଟି । ଦେଖନ୍ତୁ ଭିଡିଓ…

ଏହି ଭିଡିଓ ତାମିଲନାଡୁର ସତ୍ୟମଙ୍ଗଲମର କୁହାଯାଉଛି । ଭିଡିଓରେ ଦେଖାଯାଉଛି ଯେ ବୟସ୍କ ହାତୀମାନେ ରାସ୍ତା ଉପରେ ବୁଲୁଛନ୍ତି । ଆଉ ସେମାନଙ୍କୁ ମଝିରେ ଏକ ହାତୀ ଛୁଆ ମଧ୍ୟ ରହିଛି । ବଡ଼ ହାତୀମାନଙ୍କ ମଧ୍ୟରେ ଛୁଆଟି ଏଭଳି ଭାବରେ ରହିଛି ଯେ ସହଜରେ ଦେଖା ମଧ୍ୟଯାଉନାହିଁ । ଆଉ ବଡ଼ ହାତୀଙ୍କ ସାଥିରେ ଶୁଣ୍ଢ ହଲାଇ ଆଗକୁ ଆଗକୁ ବଢ଼ିଚାଲିଛି ହାତୀଛୁଆଟି ।

ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବଡ଼ ହାତୀ ଏହି ନବଜାତ ହାତୀ ଛୁଆକୁ ରକ୍ଷା କରୁଛନ୍ତି । ଆଇଏଫଏସ ଅଧିକାରୀ ଏହା ପୂର୍ବର ମଧ୍ୟ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଏହା କିପରି ଆରମ୍ଭ ହୋଇଥିଲା ତାହା ଦେଖାଯାଇଛି । ଆଉ ଟ୍ୱିଟରରେ ଏହି ସୁନ୍ଦର ଭିଡିଓକୁ ବେଶ୍ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଉଛନ୍ତି ୟୁଜର୍ସ ।

 

Get real time updates directly on you device, subscribe now.