fbpx
BJD SKY
BJD SKY

(Video) କ୍ୟାମେରାରେ କଳା ବୋଳି ଲୁଟିନେଲେ ୩୫ ଲକ୍ଷ, ସିସିଟିଭିରେ କଏଦ ହେଲା ଭିଡିଓ…

BJD

ମୟୂରଭଞ୍ଜ: ଏଟିଏମ ତାଡ଼ି ଟଙ୍କା ଲୁଟ୍ କରୁଥିବା ଘଟଣା ଅନେକ ସମୟରେ ଦେଖିବାକୁ ମଳିଛି । ଏଟିଏମ ତାଡ଼ି ସେଥିରୁ ଟଙ୍କା ଲୁଟିବାକୁ ନୂଆ ନୂଆ ତରିକା ମଧ୍ୟ ଆପଣାଉଛନ୍ତି ଚୋର । ହେଲେ ଏବେ ଏହି ଏଟିଏମ ଲୁଟର ଏକ ଭିଡିଓ ସାମ୍ନାକୁ ଆସିଛି ଆଉ ଏଥିରେ ଚୋର ସିଧା ସଳଖ ଏଟିଏମ କ୍ୟାମେରାରେ କଳା ବୋଳି ଆରାମରେ ଏଟିଏମ ତାଡ଼ି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କା ।

ମୟୁରଭଞ୍ଜରେ ଦିନକୁ ଦିନ ବଢି ଚାଲିଛି ଅପରାଧ । ଦିନକୁ ଦିନ ଏଟିଏମ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏବେ ପୁଣିଥରେ ଏଟିଏମ ଲୁଟ୍ ନେଇ ହୋଇଛି ଅଭିଯୋଗ । ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ହଳଦୀପଦା ଫାଣ୍ଡି ଅଞ୍ଚଳର ପଦ୍ମପୁର ଠାରେ ଥିବା ଏକ ଏଟିଏମରେ ।

ସୂଚନା ଅନୂଯାୟୀ, ପଦ୍ମପୁର ଠାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ରାତି ୩ ଟା ସମୟରେ ଦୁର୍ବୃତ୍ତମାନେ ଏଟିଏମରେ  ଲାଗିଥିବା କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ ମେସିନ୍‌କୁ ଗ୍ୟାସ କଟର୍ ସାହାଯ୍ୟରେ କାଟି ଦେଇ ଲୁଟି ନେଇଛନ୍ତି ୩୫ ଲକ୍ଷରୁ ଅଧିକ ଟଙ୍କା। ତେବେ ଘଟଣା ସମ୍ପର୍କରେ ଖବର ପାଇଁ ପୋଲିସ, ତଦନ୍ତ କାରୀ ଦଳ ଓ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

Get real time updates directly on you device, subscribe now.