fbpx

ଶିଶୁ ପେଟରେ ବଢ଼ୁଥିଲା ଆଉ ଏକ ଶିଶୁ, ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

ଜନ୍ମ ହୋଇଥିବା ଶିଶୁର ପେଟ ଭିତରେ ବଢୁଛି ଅନ୍ୟ ଏକ ଶିଶୁ । ଘଟଣାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ବିହାରର ମୋତିହାରୀ ଠାରେ ଦେଖିବାକୁ ମିଳିଛି ଏପରି ଆଶ୍ଚର୍ଯ୍ୟ ଘଟଣା । ୪୦ ଦିନର ଶିଶୁର ପେଟରେ ବଢୁଥିବା ଶିଶୁକୁ ନେଇ ଡାକ୍ତରମାନେ ଆଶ୍ଚର୍ଯ୍ୟ ହେବା ସହିତ ଅସ୍ତ୍ରୋପଚାର ମାଧ୍ୟମରେ ଶିଶୁଟିକୁ ବାହାର କରିଥିଲେ ।

ବାୟୋଲୋଜିକାଲ ଅଭାବରୁ ଏପରି କେତେକ ମାମଲା ସାମ୍ନାକୁ ଆସିଥିଲେ ମଧ୍ୟ ବର୍ତ୍ତମାନ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ୪୦ ଦିନର ଶିଶୁକୁ ଚିକିତ୍ସା ପାଇଁ ମୋତିହାରୀର ରହମାନୀୟା ମେଡିକାଲ ସେଣ୍ଟରକୁ ଅଣାଯାଇଥିଲା । ଶିଶୁଟିର ପେଟ ଫୁଲି ଯାଇଥିବାରୁ ଡାକ୍ତର ବିଭିନ୍ନ ପରୀକ୍ଷା କରିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ସିଟିସ୍କାନ ଓ ଅନ୍ୟ ପରୀକ୍ଷାର ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଡାକ୍ତର । କାରଣ ଶିଶୁର ପେଟ ଭିତରେ ଆଉ ଏକ ଶିଶୁ ଥିବାର ରିପୋର୍ଟରେ ପ୍ରକାଶ ପାଇଥିଲା ।

ଡାକ୍ତରୀ ଭାଷାରେ ଏହାକୁ ଫିଟସ ଇନ ଫିଟୁ ବା ଶିଶୁ ପେଟରେ ଶିଶୁ ନାମରେ ଜଣା ଯାଉ ଥିବାବେଳେ ୫ଲକ୍ଷରେ ଏହିଭଳି ଗୋଟେ ମାମଲା ସାମ୍ନାକୁ ଆସିଥାଏ । ଏହା ପରେ ଡାକ୍ତର ଅସ୍ତ୍ରୋପଚାର କରି ଭ୍ରୁଣକୁ ବାହାର କରିଥିଲେ ।

 

Get real time updates directly on you device, subscribe now.