fbpx

ଆପ୍ କାର୍ଯ୍ୟାଳୟରେ ପ୍ରବେଶ କଲେ କେଜ୍ରିୱାଲଙ୍କ ମିନି ଭର୍ସନ : ଦେଖନ୍ତୁ ବେବି କେଜ୍ରିୱାଲଙ୍କ ଭାଇରାଲ୍ ଫଟୋ

ନୂଆଦିଲ୍ଳୀ: ଅରବିନ୍ଦ କେଜ୍ରିୱାଲଙ୍କ ମିନି ଭର୍ସନ । ୨୦୨୦ରେ ଜଣେ କୁନି ପିଲା ଏମିତି ଗେଟଅପ ନେବା ପରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲେ । ସେତେବେଳେ ସେହି କୁନି ପିଲା ଜଣକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ ହାଇଲାଇଟରେ ଥିଲେ । ୨ ବର୍ଷ ପରେ ଆଉ ଜଣେ ଛୋଟ ପିଲା କିଛି ଏମିତି ଗେଟଅପରେ ଏବେ ନଜର ଆସିଛନ୍ତି । ଦଳ କ୍ଲିନ ସ୍ୱିପ ନେଇ ଜଣାପଡିବା ପରେ ଆପ କାର୍ଯ୍ୟାଳୟରେ ସେଲିବ୍ରେସନ ପାଇଁ କେଜ୍ରିୱାଲଙ୍କ ଗେଟଅପ ନେଇ ପଂହଚିଥିଲେ ଏହି ଛୋଟ ପିଲା ଜଣକ । ୟେଲୋ ଟର୍ବାନ, ମରୁନ ସ୍ୱେଟର ଓ ବ୍ଲାକ ମଫଲରରେ ଏହି କୁନି ଆପ୍ ସପୋର୍ଟର ଜଣକ କିଛି ଏମିତି ଦେଖାଯାଉଥିଲେ । ତେବେ ଦୁଇ ବର୍ଷ ପୂର୍ବରୁ ଦ ଲିଟିଲ ମଫଲରମ୍ୟାନ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟଥିଲେ ଯେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହିସାବରେ କେଜ୍ରିୱାଲ ଶପଥ ଗ୍ରହଣ କରିଥିଲେ ।

ଅନେକ ଦଳୀୟ ନେତା ଏମିତିକି ଭଗୱନ୍ତ ମନ୍ ବି ଏହି କୁନି କେଜ୍ରିୱାଲଙ୍କ ସହ ହ୍ୟାଣ୍ଡସେକ କରିବା ସହ ଫଟୋ ଉଠାଇଥିଲେ । ଭୋଟ ଗଣତି ଜାରି ରହିଥିବା ବେଳେ ୧୧୭ ନିର୍ବାଚନ ମଣ୍ଡଳୀରୁ ଆପ୍ ୯୧ଟି ସିଟରେ ଆଗୁଆ ରହିଥିବା ଜଣାପଡିଛି । କଂଗ୍ରେସ ମାତ୍ର ୧୭ଟି ସିଟରେ ଥିବା ଦେଖାଯାଉଛି । ଏତିରୁ ଅନୁମାନ କରାଯାଇପାରେ ଯେ ପଂଜାବରେ ଆପ୍ ସରକାର ଗଢିବାକୁ ଯାଉଛି ।

Get real time updates directly on you device, subscribe now.