fbpx

ୟୁପି ନିର୍ବାଚନ: ହସ୍ତିନାପୁର ଆସନରେ ଚାଲିଲାନି ବିକିନି ଗାର୍ଲଙ୍କ ଜାଦୁ, ବିଜେପି ଆଗରେ ହାରିଲେ କଂଗ୍ରେସର ଅର୍ଚ୍ଚନା ଗୌତମ

ଉତ୍ତର ପ୍ରଦେଶ ହସ୍ତିନାପୁର ବିଧାନସଭା ସିଟକକୁ ନେଇ ବେଶ ଚର୍ଚ୍ଚା ରହିଥିଲା । ଏହାର କାରଣ ହେଉଛି କଂଗ୍ରେସର ପ୍ରାର୍ଥୀ ଅର୍ଚ୍ଚନା ଗୌତମ, ଯାହାଙ୍କୁ ନେଇ ହିନ୍ଦୁତ୍ୱବାଦୀ ସଂଗଠନ ତାଙ୍କର ବିରୋଧ ମଧ୍ୟ କରିଥିଲେ । ଜଣେ ହିନ୍ଦୁତ୍ୱବାଦୀ ନେତା ଏହା ମଧ୍ୟ କହିଥିଲେ ଯେ ଅର୍ଚ୍ଚନା ଜିତିଲେ ତାଙ୍କ ମୁଣ୍ଡ କାଟ କରାଯିବ ।

ଅର୍ଚ୍ଚନାଙ୍କୁ ବିକିନି ଗାର୍ଲ ନାମରେ ମଧ୍ୟ ଜଣାଯାଏ । କାରଣ ସେ ୨୦୧୮ରେ ମିସ୍ ବିକିନି ଗାର୍ଲ ଇଣ୍ଡିଆରେ ଜିତିଛନ୍ତି । ଗ୍ଲାମର ଇଣ୍ଡିଷ୍ଟ୍ରୀରେ ସେତେଟା ସଫଳ ହୋଇପାରିନଥିବା ଅର୍ଚ୍ଚନା ରାଜନୀତି ମଇଦାନରେ ମଧ୍ୟ ନିଜର ଜାଦୁ ଦେଖାଇପାରିନାହାଁନ୍ତି ।

ପ୍ରକୃତରେ ବିକିନି ଗାର୍ଲଙ୍କ ନାମରେ ପରିଚିତ ଥିବା ଅର୍ଚ୍ଚନା ବିଧାନସଭା ସିଟରୁ ହାରି ଯାଇଛନ୍ତି । କାରଣ ପୁଣି ଥରେ ହସ୍ତିନାପୁର ସିଟକଚ ବିଜେପି ନିଜ କବ୍ଚାକୁ ନେଇଛି । ଏଠାରେ ବିଜେପି ପ୍ରାର୍ଥୀ ଦିନେଶ ଖଟୀକ ତାଙ୍କ ଠାରୁ ବେଶ୍ ଆଗରେ ରହିଛନ୍ତି । ତେବେ କୁହାଯାଉଛନ୍ତି ନିର୍ବାଚନରେ ନିଜର ଜଲୱା ଦେଖାଇପାରିନାହଁନ୍ତି ଏହି ମଡେଲ କମ୍ ପଲିଟିସିଆନ ।

Get real time updates directly on you device, subscribe now.