fbpx

ବନ୍ଦ ହେବ ଗୁଳିଗୋଳାରେ ଚାଲିଥିବା ୟୁକ୍ରେନ ଯୁଦ୍ଧ: ଅନ୍ୟ ଉପାୟରେ ଦେଶକୁ ଧ୍ୱଂସ କରିବାକୁ ପ୍ଲାନ କରୁଛି ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଛି ଏକ ଭୟାନକ ତଥ୍ୟ । ଋଷ ଗୁଳିଗୋଳା ଆଉ ବମରେ ଯୁଦ୍ଧ ନ କରି ଉଠାଇବ ବଡ ଅସ୍ତ୍ର । ୟୁକ୍ରେନ ଉପରେ ଖୁବ ଶୀଘ୍ର ଋଷ କେମିକାଲ ଆଟାକ କରିପାରେ ବୋଲି ଚେତାବନୀ ଦେଇଛି ଆମେରିକା । ହ୍ୱାଇଟ ହାଉସ ତରଫରୁ ଏକ ବୟାନ ଜାରି କରି ଏ ନେଇ ଆମେରିକା ସୂଚନା ଦେଇଛି । ବୋମା ପରିବର୍ତ୍ତେ ଏବେ ବାୟୋଲୋଜିକାଲ ଏବଂ କେମିକାଲକୁ ହତିଆର ବନେଇପାରେ ବୋଲି ସତର୍କ କରିଛି ଆମେରିକା । ତେବେ ଏଥିପାଇଁ ଋଷ ଉପରେ ନଜର ରଖିବା ନିହାତି ଜରୁରୀ ବୋଲି କହିଛନ୍ତି ହ୍ୱାଇଟ ହାଉସର ପ୍ରେସ ସେକ୍ରେଟାରୀ ଜେନ ସାକୀ ।

ୟୁକ୍ରେନରେ ଆମେରିକାର ଜୈବିକ ଅସ୍ତ୍ରଶସ୍ତ୍ର ଲ୍ୟାବ ଏବଂ ରସାୟନିକ ଅସ୍ତ୍ରଶସ୍ତ୍ରର ବିକାଶ ବିଷୟରେ ଋଷର ମିଥ୍ୟା ତଥ୍ୟ ଦାବିକୁ ଧ୍ୟାନ ଦେବକୁ କହିଛନ୍ତି ସାକୀ । ଆମେରିକା ବାୟୋଲୋଜିକାଲ ୱିପନ୍ସ କନଭେଶନର ନିୟମକୁ ପାଳନ କରିଛି । ଏଭଳି ହତିଆର ତିଆରି କରିବାକୁ ବାରଣ କରିବା ସହ ଗଚ୍ଛିତ ରକିବାରୁ ମଧ୍ୟ ଦୂରେଇ ରହିଛି ଆମେରିକା । ସେପଟେ ୟୁନାଇଟେଡ କିଙ୍ଗଡମ ମଧ୍ୟ ଏକ ବଡ ଦାବି କରିଛି । ୟୁକ୍ରେନରେ ଥର୍ମୋବାରିକ ରକେଟର ବ୍ୟବହାର କରାଯାଇଥିବା ନେଇ ଏଠାକାର ରକ୍ଷାମନ୍ତ୍ରୀ ଦାବି କରିଛନ୍ତି । ଏହି ରକେଟକୁ ଭାକ୍ୟୁମ ବମ ବୋଲି ମଧ୍ୟ କୁହାଯାଏ । ଯାହାଦ୍ୱାରା ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ କମ ହୋଇଯାଇଥାଏ ଏବଂ ଉଚ୍ଚ ତାପମାନ ବିସ୍ଫୋରଣ ହୋଇଥାଏ । ସାମାନ୍ୟ ବମରୁ ଖୁବ ଅଧିକ କ୍ଷତି ଘଟାଇଥାଏ ଭାକ୍ୟୁମ ବମ ।

Get real time updates directly on you device, subscribe now.