fbpx
BSKY
BJD MC SKY
BJD YOUTH SKY

ଡାକ୍ତରଙ୍କ ଅବହେଳା: ଡେଲିଭରି ସମୟରେ ମା’ ଗର୍ଭରେ ରହିଗଲା ଶିଶୁର ମୁଣ୍ଡ

ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ । ଡାକ୍ତରଙ୍କ ପାଇଁ ମଣିଷକୁ ନୂଆ ଜୀବନ ମିଳିଥାଏ । କିନ୍ତୁ ବେଳେବେଳେ ଏହି ଡାକ୍ତରମାନଙ୍କ ଅସାବଧାନତା ପାଇଁ ମଣିଷର ଜୀବନ ମଧ୍ୟ ଚାଲି ଯାଇଥାଏ । ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଶିଶୁର ମାତୃଗର୍ଭରେ ହିଁ ମୁଣ୍ଡ ଓ ଶରୀର ଅଲଗା ହୋଇ ଯାଇଛି ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଥିବା ଏକ ସରକାରୀ ଡାକ୍ତରଖାନାରେ । ଏଠାରେ ଜଣେ ହିନ୍ଦୁ ଗର୍ଭବତୀ ମହିଳାଙ୍କ ସହ ଏପରି ଅଭାବନୀୟ ଘଟଣା ଘଟିଛି । ଏଠାରେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଥିବାରୁ କିଛି ଅନଭିଜ୍ଞ କର୍ମଚାରୀମାନେ ମହିଳାଙ୍କ ସିଜାରିୟାନ ଡେଲିଭରି କରୁଥିଲେ । ଅବହେଳା କାରଣରୁ କର୍ମଚାରୀମାନଙ୍କ ଦ୍ୱାରା ଶିଶୁର ମୁଣ୍ଡ ଓ ଶରୀର ଅଲଗା ହୋଇ ଯାଇଥିଲା । ଏହି କର୍ମଚାରୀମାନେ ଶିଶୁର ମୁଣ୍ଡଟିକୁ ମା’ ଗର୍ଭରେ ହିଁ ଛାଡି ଦେଇଥିଲେ ।

ଲିୟାକତ ୟୁନିଭର୍ସିଟି ଅଫ ମେଡିକାଲ ଏଣ୍ଡ ହେଲ୍ଥ ସାଇନ୍ସେସର ଗାୟେନାକୋଲୋଜି ଡିପାର୍ଟମେଣ୍ଟର ମୁଖ୍ୟ ପ୍ରାଧ୍ୟାପକ ରାହିଲ ସିକନ୍ଦର ସୂଚନା ଦେଇ କହିଛନ୍ତି ସିନ୍ଧ୍ ସରକାର ଏକ ମେଡିକାଲ ବୋର୍ଡ଼ ଗଠନ କରି ଏହି ମାମଲାର ତଦନ୍ତ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.