fbpx

(Video) ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇଟାଲି ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୋପ୍ ଫ୍ରାନସିସଙ୍କୁ ଭେଟିଛନ୍ତି । ତେବେ ନବୀନଙ୍କ ରୋମ ଗସ୍ତ ଅବସରରେ ଭାଟିକାନ ସିଟିରେ ଖ୍ରୀଷ୍ଟ ଧର୍ମଗୁରୁ ପୋପଙ୍କୁ ଭେଟିବାର ଫଟୋ ସାମ୍ନାକୁ ଆସିଛି । ଖ୍ରୀଷ୍ଟିଆନ ସର୍ବୋଚ୍ଚ ଧର୍ମସ୍ଥଳୀ ଭାଟିକାନରେ ନବୀନ ପୋପଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି ।

ତେବେ ନବୀନଙ୍କ ରୋମ ଗସ୍ତ ଅବସରରେ ତାଙ୍କ ସହ ରହିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପୋପଙ୍କୁ ସାକ୍ଷାତ କରିଛନ୍ତି । ଗତ ୨୦୨୧ ଅକ୍ଟୋବର ୩୦ ତାରିଖରେ ପୋପ ଫ୍ରାନସିସ୍କୋଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଥିଲେ । ସେହିପରି ୨୦୦୦ ମସିହାରେ ପୋପ ଜନ୍ ପଲ ଦ୍ୱିତୀୟଙ୍କୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସାକ୍ଷାତ କରିଥିଲେ ।

ସୂଚନାଯୋଗ୍ୟ ଯେ, ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପୋପ ହେଉଛନ୍ତି ଅନ୍ୟତମ । ସେ ହେଉଛନ୍ତି ୧୩୨ କୋଟି ୨୯ ଲକ୍ଷ କ୍ୟାଥୋଲିକଙ୍କ ଧର୍ମଗୁରୁ । ତାଙ୍କ ନିର୍ଦ୍ଦେଶରେ ଖ୍ରୀଷ୍ଟିଆନଙ୍କ ଧର୍ମୀୟ ନୀତି ନିୟମ ପ୍ରଣୟନ କରାଯାଇଥାଏ । ଗତକାଲି ନବୀନ ରୋମଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରିଥିଲେ । ନବୀନ ଇଟାଲି, ଗ୍ରୀସ୍ ସମେତ ୟୁରୋପର ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ସଂସ୍କୃତି ଓ କଳାର ବିକାଶରେ ସେମାନଙ୍କର ଅବଦାନ ନେଇ ଆଲୋଚନା କରିବେ ।

Get real time updates directly on you device, subscribe now.