fbpx

ଦ୍ରୌପଦୀଙ୍କୁ ନବୀନଙ୍କ ସମର୍ଥନ: ଟ୍ୱିଟ କରି କଲେ ଅପିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ନେତ୍ରୀ ଭାବରେ ପରିଚିତ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ଯାହା ଆମ ଓଡ଼ିଶା ତଥା ଓଡ଼ିଆବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶରେ ପ୍ରଥମ ଥର କେହି ମହିଳା ଆଦିବାସୀ ନେତ୍ରୀଙ୍କୁ ଏହି ସର୍ବୋଚ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ଏକ ଟ୍ୱିଟ କରି ଅପିଲ୍ କରିଛନ୍ତି ଯେ ଦଳମତ ନିର୍ବିଶେଷରେ ସବୁ ବିଧାୟକ ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରନ୍ତୁ । ଓଡ଼ିଶାର ଝିଅଙ୍କୁ ସମର୍ଥନ କରନ୍ତୁ, ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ କରନ୍ତୁ ।

ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁଯାଉଛି । ଜୁଲାଇ ୨୧ ରେ ମତଗଣନା । ଏହାସହ ଗତ କାଲି ମିଳିତ ବିରୋଧୀ ମେଣ୍ଟ ଯଶୱନ୍ତ ସିହ୍ନାକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିବାବେଳେ । ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.