fbpx

ପିଠି ଯନ୍ତ୍ରଣା ହେଲାଣି ବଡ଼ ଟେନସନ୍: ଏହି ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ସମୟ କମ୍ପ୍ୟୁଟର ବା ଚେୟାରରେ ବସି କାମ କରିବାକୁ ପଡ଼ୁଛି । ଯାହା ଫଳରେ ଅନେଶ ଲୋକଙ୍କ ନିକଟରେ ପିଠି ଯନ୍ତ୍ରଣା ଏକ ବଡ଼ ସମସ୍ୟା ହୋଇଥିବା ଦେଖିବାକୁ ମିଳୁଛି । ପିଠି ଯନ୍ତ୍ରଣା ଦ୍ୱାରା ଅଧିକ ଅସୁବିଧାରେ ପଡୁଛନ୍ତି । ବିଶେଷକରି ୩୦ ରୁ ୩୫ ବର୍ଷ ବୟସର ମହିଳାମାନେ ପିଠି ଯନ୍ତ୍ରଣାରେ ଅଧିକ ପୀଡିତ । ଏକ ଅନୁସନ୍ଧାନ ଅନୁଯାୟୀ, ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପିଠିରେ ଯନ୍ତ୍ରଣା ଅଧିକ ଦେଖାଯାଏ । ତେବେ ଅନେକ ସମୟରେ ଶରୀରରେ ଦୁର୍ବଳତା ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଅଭାବରୁ ପିଠି ଯନ୍ତ୍ରଣା ସମସ୍ୟା ଅଳ୍ପ ବୟସରେ ମଧ୍ୟ ଆରମ୍ଭ ହୁଏ । ଏପରି ପରିସ୍ଥିତିରେ, ଔଷଧ ଖାଇବା ପରିବର୍ତ୍ତେ, ପ୍ରଥମେ ଆପଣ ପିଠି ଯନ୍ତ୍ରଣାର କାରଣ ଜାଣିବା ଭଲ ଏବଂ ତା’ପରେ କିଛି ଘରୋଇ ଉପଚାର ଏବଂ ବ୍ୟାୟାମ ସହିତ ପିଠି ଯନ୍ତ୍ରଣାକୁ ଭଲ କରିବା ଉଚିତ୍ । ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର…..

ହିଟିଂ ପ୍ୟାଡର ବ୍ୟବହାର: ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ହିଟିଂ ପ୍ୟାଡ ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ପିଠି ଏବଂ ଅଣ୍ଟା ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେବ । ତେବେ ଗରମ ସେକ ପ୍ରୟୋଗ କରିବା ଦ୍ୱାରା ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ, ଯାହା ଅକ୍ସିଜନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱକୁ ଅଣ୍ଟା ମାଂସପେଶୀରେ ସହଜରେ ପହଞ୍ଚିବାକୁ ଦେଇଥାଏ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଗରମ ପାଣିରେ ସ୍ନାନ କରନ୍ତୁ ଯେଉଁମାନଙ୍କର ବାରମ୍ବାର ପିଠି ଯନ୍ତ୍ରଣା ହୁଏ କିମ୍ବା ଗଣ୍ଠି ଯନ୍ତ୍ରଣା ହୁଏ ସେମାନେ ଗରମ ପାଣିରେ ଗାଧୋଇବା ଉଚିତ୍ । ଗରମ ପାଣି ଶରୀରକୁ ଶାନ୍ତ କରିଥାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ । ଏହା ଶରୀରର ଯନ୍ତ୍ରଣାକୁ କମ୍ କରିଥାଏ ।

ଆଇସକ୍ୟୁବ ପ୍ରୟୋଗ କରନ୍ତୁ: ଯଦି ଆପଣ ଗରମ ଜିନିଷ ପ୍ରୟୋଗ କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ କୋଲ୍ଡ ପ୍ୟାକ୍ ଅର୍ଥାତ୍ ଆଇସକ୍ୟୁବ ମଧ୍ୟ ବ୍ୟବହାର କରିପାରିବେ । ଯେତେବେଳେ ଆଘାତ ଲାଗେ କିମ୍ବା ମାଂସପେଶୀ ଷ୍ଟ୍ରେନ୍ କାରଣରୁ ପିଠି ଯନ୍ତ୍ରଣା ହୁଏ, ଆଇସକ୍ୟୁବ ପ୍ରୟୋଗ କରାଯିବା ଉଚିତ୍ । ଏହା ଶରୀରର ଫୁଲା ଏବଂ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଭଲ ତକିଆ ବ୍ୟବହାର କରନ୍ତୁ: ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଭଲ ତକିଆ ବ୍ୟବହାର କରିବା ମଧ୍ୟ ଉଚିତ୍ । ସେଥିପାଇଁ ଆପଣ ଶୋଇବା ସମୟରେ ତକିଆକୁ ଗୋଡ ଏହିପରି ତକିଆ ବ୍ୟବହାର କରନ୍ତୁ ମଝିରେ ରଖିକି ଶୁଅନ୍ତୁ । ଏହା ବ୍ୟତୀତ ଯେତେବେଳେ ବି ଆପଣ ପିଠି ଆଡକୁ ହୋଇ ଶୋଉଛନ୍ତି, ସେତେବେଳେ ତକିଆକୁ ଆଣ୍ଠୁ ତଳେ ରଖନ୍ତୁ । ଏହା ପିଠି ଯନ୍ତ୍ରଣାରୁ ମୁକ୍ତି ଦେବ, ଆପଣ ଆରାମ ପାଇବେ ।

ବ୍ୟୟାମ କରନ୍ତୁ: ଆପଣମାନେ ତ ଜାଣିଥିବେ ଯେତେବେଳେ ପିଠି ଯନ୍ତ୍ରଣା ବଢିଯାଏ, ସେତେବେଳେ ଫିଜିଓଥେରାପି କରାଇବାର ଆବଶ୍ୟକତା ପଡିଥାଏ । ଏପରି ପରିସ୍ଥିତିରେ, ଫିଜିଓଥେରାପିଷ୍ଟମାନେ କେବଳ ବ୍ୟାୟାମ ମାଧ୍ୟମରେ ପିଠି ଯନ୍ତ୍ରଣାକୁ ଭଲ କରନ୍ତି । ପିଠି ଯନ୍ତ୍ରଣା ପାଇଁ ଆପଣ କିଛି ବ୍ୟାୟାମ କରିବା ଜରୁରୀ । ଏଥିପାଇଁ ଶାରୀରିକ କାର୍ୟ୍ୟକଳାପ ଆବଶ୍ୟକ ପଡିଥାଏ । ଏପରି କରିବା ଦ୍ୱାରା ଆପଣ ସହଜରେ ପିଠି ଯନ୍ତ୍ରଣାରୁ ଆରାମ ପାଇପାରିବେ । ସେଥିପାଇଁ ଯେଉଁମାନେ ପିଠି ଯନ୍ତ୍ରଣା ଯୋଗୁ କଷ୍ଟ ପାଉଛନ୍ତି, ସେମାନେ ଏହି ଘରୋଇ ଉପଚାର ବ୍ୟବହାର କରିପାରିବେ ।

Get real time updates directly on you device, subscribe now.