fbpx

ଚିନ୍ତାରେ ବିଶ୍ୱ, ଅଟକିଲା ଆଷ୍ଟ୍ରୋଜେନିକା କୋଭିଡ଼-୧୯ ଟିକାର କ୍ଲିନିକାଲ ଟ୍ରାଏଲ

ଲଣ୍ଡନ, ୯ା୯: ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇବାରେ ଲାଗିଛି ମହାମରୀ କରୋନା । ଏହାରି ମଧ୍ୟରେ ଆଶା ଦେଖାଉଥିବା କରୋନା ଟିକା ପରୀକ୍ଷଣ ବନ୍ଦ ହୋଇଛି । କୋଭିଡ଼-୧୯ ଟିକା ପରୀକ୍ଷା ବନ୍ଦ ରଖିଲା ବ୍ରିଟେନର ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରୋଜେନିକା । କାରଣ ଏହି ଟିକା ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷଣ କରାଯିବା ପରେ ଅଜଣା ଅସୁସ୍ଥତାର ଲକ୍ଷଣ ଦେଖାଦେଇଛି । ତେଣୁ କୋଭିଡ଼-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ହୋଇଛି । ପରୀକ୍ଷଣ ବେଳେ ଏହିପରି ସମସ୍ୟା କ୍ୱଚିତ ଦେଖାଦିଏ ବୋଲି ଆଷ୍ଟ୍ରୋଜେନିକା କହିଛି ।

ଉଲ୍ଲେଖଯୋଗ୍ୟ ଯେ ଆଷ୍ଟ୍ରୋଜେନିକା ଅକ୍ସଫୋର୍ଡ଼ ବିଶ୍ୱିବଦ୍ୟାଳୟ ସହ ମିଶି କରେନା ଟିକା ପ୍ରସ୍ତୁତି କରୁଛି । ଯାହାର ତୃତୀୟ ପର୍ଯ୍ୟାୟ ପରିକ୍ଷଣ ଚାଲିଥିଲା । ମାନବ ପରୀକ୍ଷଣ ବେଳେ ଏହିପରି ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ କର୍ତ୍ତୃପକ୍ଷ ଏହି ଟିକା ପ୍ରସ୍ତୁତକୁ ସ୍ଥଗିତ ରଖିଛନ୍ତି । ଏହାସହ ଟିକା ନେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କଣ ବଡ଼ ସମସ୍ୟା ଦେଖାଦେଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବଡ଼ ସ୍ତରର ମାନବ ପରୀକ୍ଷଣ କରିବାକୁ ଯାଉଥିବା ବେଳେ ଏହି ଭଳି ଘଟଣା ସାରା ବିଶ୍ୱକୁ ଚିନ୍ତିତ କରିଛି ।

Get real time updates directly on you device, subscribe now.