fbpx

ବଡ଼ ଖବର: ୨୧ ସେପ୍ଟେମ୍ବରରୁ ଦେଶରେ ଖୋଲିବ ସ୍କୁଲ, ଜାରି ହେଲା ଏସଓପି

ନୂଆଦିଲ୍ଲୀ, ୯ା୯: ସାରା ଦେଶରେ ମହାମାରୀ କରୋନା ମାଡ଼ି ମାଡ଼ି ଚାଲିଛି । ଯାହା ଫଳରେ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ମାର୍ଚ୍ଚ ୧୬ରୁ ବନ୍ଦ ରଖାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିବାରୁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦେଶରେ ୨୧ ସେପ୍ଟେମ୍ବରରୁ ସ୍କୁଲ ଖୋଲିବ । କେବଳ ୯ମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ । ଏନେଇ ଏସଓପି ମଧ୍ୟ ଜାରି କରାଯାଇଛି । କରୋନା ଗାଇଡ଼ ଲାଇନ ଅନୁସାରେ ମାସ୍କ ପିନ୍ଧିବା ସହ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯିବ । ଯେଉଁମାନେ ଏହାକୁ ନମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ସ୍କୁଲରେ କୌଣସି ପ୍ରକାରର ସମାରୋହ, କ୍ରୀଡ଼ା ପ୍ରତିଯୋଗିତାକୁ ଅନୁମତି ମିଳିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଖୋଲିବ । ଏହାସହ କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ ଆସି ପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ପୂଜା ଛୁଟି ଯାଏଁ ସ୍କୁଲ ଓ କଲେଜ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.