fbpx

ୱାଙ୍ଖେଡେ ଷ୍ଟାଡିୟମରେ ଶେଷ ଟେଷ୍ଟ ମ୍ୟାଚକୁ ନେଇ ହେଲା ବଡ ନିଷ୍ପତ୍ତି, ଦର୍ଶକ ହେବେ ନିରାଶ !

ମୁମ୍ଵାଇ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ହେବାକୁ ଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍କୁ ନେଇ ପ୍ରଶାସନ ବଡ ନିଷ୍ପତ୍ତି ନେଇଛନ୍ତି। ଷ୍ଟାଡିୟମରେ ପୂର୍ଣ୍ଣ କ୍ଷମତାରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଡିସେମ୍ବର ୩ରୁ ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ସିରିଜ୍ର ଦ୍ଵିତୀୟ ମୁକାବିଲା ଖେଳାଯିବ। ହେଲେ ଷ୍ଟାଡିୟମକୁ ୨୫ ପ୍ରତିଶତ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି। କିନ୍ତୁ ଆୟୋଜକ ସଂଘଙ୍କ ଅନୁଯାୟୀ ଆମେ ଦର୍ଶକଙ୍କ କ୍ଷମତା ବଢାଇବାକୁ ଚେଷ୍ଟା କରୁଛୁ।

ୱାଙ୍ଖେଡେ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୩୦ ହଜାର ରହିଛି। ତେବେ ୫୦ ପ୍ରତିଶତ ଦର୍ଶକଙ୍କ ପ୍ରବେଶ ପାଇଁ ଉଦ୍ୟମ କରାଯିବ ବୋଲି ମୁମ୍ବାଇ କ୍ରିକେଟ୍ ଆସୋସିଏସନର ଅଧିକାରୀ କହିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ସଚିବଙ୍କ ଦ୍ଵାରା ଷ୍ଟାଡିୟମକୁ ୨୫ ପ୍ରତିଶତ ଦର୍ଶକଙ୍କ ପ୍ରବେଶ ଅନୁମତି ଦିଆଯାଇଛି। ୱାଙ୍ଖେଡେରେ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୬ ଡିସେମ୍ବରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରୁ ଏହି ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମ୍ୟାଚ୍ର ପ୍ରତ୍ୟାବର୍ତ୍ତନ ଘଟିବ। କାରଣ କରୋନା ମହାମାରୀ କାରଣରୁ ଗତ ବର୍ଷଠୁ ଷ୍ଟାଡିୟମରେ କ୍ରୀଡା ଗତିବିଧି ବନ୍ଦ ରହିଥିଲା।

Get real time updates directly on you device, subscribe now.