fbpx

ଏହି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖରାପ ଖବର, ଖାତାରୁ ଉଠାଇ ପାରିବେନି ୧୦ହଜାରରୁ ଅଧିକ ଟଙ୍କା; ଜାଣନ୍ତୁ କଣ କହିଲା RBI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜଣେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଟଙ୍କା ଉଠାଇବାର ସୀମା ସ୍ଥିର କରିଛି । ଏବେ ଠାରୁ ଗ୍ରାହକ ମାନେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇ ପାରିବେ ନାହିଁ । ଆରବିଆଇ ବୁଧବାର ଦିନ ଏକ ବୟାନରେ କହିଛି ଯେ, ମଲ୍କାପୁର ସହକାରୀ ବ୍ୟାଙ୍କର ଗ୍ରାହକ ମାନେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ।

ମହାରାଷ୍ଟ୍ର ସ୍ଥିତ ମଲ୍କାପୁର ସହରୀ ସହକାରୀ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହେବାକାରଣରୁ ଏହି ବ୍ୟାଙ୍କରୁ ସର୍ବାଧିକ ୧୦ହଜାର ଟଙ୍କା ଉଠାଇପାରିବେ । ଏହି ନିୟମ ଆସନ୍ତା ୬ ମାସ ପାଇଁ ଲାଗୁ କରାଯାଇଛି । ତେବେ ଏହି ୬ ମାସ ମଧ୍ୟରେ ବ୍ୟାଙ୍କରେ କାର୍ଯ୍ୟ ଜାରି ରହିବ କେବଳ ଟଙ୍କା ଉଠାଣ ଉପରେ ଏହି ନିୟମ ଲାଗୁ ହୋଇଛି । ବ୍ୟାଙ୍କର ପରିସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

ସେହିପରି ଆରବିଆଇ ନିର୍ଦ୍ଧାରିତ ନିୟମକୁ ପାଳନ ନ କରିବାକୁ ନେଇ ଟାଟା କମ୍ୟୁନିକେସନ୍ ପେମେଣ୍ଟ ସଲ୍ୟୁସନ୍ ଲିମିଟେଡ୍ (ଟିସିପିଏସଏଲ୍ ) ଓ ଏପନିଟ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ (ଏଟିପିଏଲ୍) ଉପରେ ଜୋରିମାନା ଲଗାଇଛନ୍ତି । ଆରବିଆଇ ବୁଧବାର ଏକ ବୟାନ ଜାରି କରି ଏ ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ କରିଛି । ଏହି କ୍ରମରେ ଟିସିପିଏସଏଲ୍ ଉପରେ ଦୁଇକୋଟି ଟଙ୍କାର ଜୋରିମାନା ଲଗାଯାଇଛି ଓ ଏଟିପିଏଲ୍ ଉପରେ ୫୪.୯୩ ଲକ୍ଷ ଟଙ୍କା ଜୋରିମାନା ହୋଇଛି ।

Get real time updates directly on you device, subscribe now.