fbpx

ଅବ୍ୟବସ୍ଥାରେ ନିର୍ମାଣ ହେଉଛି ସେତୁ, ଗାଁଲୋକେ ଅସନ୍ତୁଷ୍ଟ

କଟକ(ଓଡ଼ିଶା ଭାସ୍କର): ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବଡ଼ମ୍ବାରୁ ବୈଦେଶ୍ଵର ପର୍ଯ୍ୟନ୍ତ ମହାନଦୀରେ ନିର୍ମାଣ କରାଯାଉଛି ୩ କିଲୋମିଟର ବିଶିଷ୍ଟ ସେତୁ । ତେବେ ଏଥିରେ ଅବ୍ୟବସ୍ଥା ଯୋଗୁଁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ବଡ଼ମ୍ବା-ଗୋପୀନାଥପୁରରୁ ବୈଦେଶ୍ଵର ପର୍ଯ୍ୟନ୍ତ ମହାନଦୀ ଉପରେ ନିର୍ମାଣାଧୀନ ସେତୁ ଆବଶ୍ୟକ ଅନୁସାରେ କରାଯାଉନି । ମୁଖ୍ୟରାସ୍ତାରୁ ମହାନଦୀ ମଧ୍ୟ ଭାଗରେ ଥିବା ବାବା ସିଂହନାଥଦେବଙ୍କ ପୀଠସ୍ଥଳୀକୁ ସଂଯୋଗ କରାଯାଉଥିବା ରାସ୍ତାକୁ ଅଣଓସାରିଆ କରାଯାଇଛି । ଫଳରେ ଏହା କେବଳ ପାଦଚଲା ରାସ୍ତା ପାଇଁ ପ୍ରଯୁଜ୍ୟ କିନ୍ତୁ କୌଣସି ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଉନଥିବାରୁ ପର୍ଯ୍ୟଟନ ଋତୁରେ  ମୁଖ୍ୟରାସ୍ତାରେ ପର୍ଯ୍ୟଟକ ଗାଡ଼ି ରଖି ମନ୍ଦିରକୁ ଯିବାର ସମ୍ଭାବନା ରହିଛି । ଫଳରେ ମୁଖ୍ୟରାସ୍ତା ଅର୍ଥାତ ବ୍ରିଜ ଉପରେ  ଭିଡ଼ ହେବା ସହ ପର୍ଯ୍ୟଟକ କମି ଯିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ନେଇ ବହୁ ଅର୍ଥ ବ୍ୟୟ କରି  ସେତୁର ନିର୍ମାଣ କରୁଛନ୍ତି ସେଥି ପ୍ରତି ଗୁରୁତ୍ୱର ସହ ବିଚାର କରିବା ଦରକାର ବୋଲି ଅଞ୍ଚଳବାସୀ କହିଛନ୍ତି ।

Baba Singhanath Dev Mandir Baideshwar Cuttack #OdishaBhaskar

ବଡ଼ମ୍ବା-ଗୋପୀନାଥପୁରର ସିଂହାନାଥଦେବଙ୍କ ପୂଜା କମିଟିର ସମ୍ପାଦକ ନିରଞ୍ଜନ ଶତପଥୀ କହିଛନ୍ତି ଯେ ଏଭଳି କାର୍ୟ୍ୟ ସମ୍ପର୍କରେ ସେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଫଳରେ ସେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି ଯେ ନିର୍ମାଣାଧୀନ ସେତୁରେ କୋଟି କୋଟି   ପାଣିରେ ପଡୁଛି । ତୁରନ୍ତ ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଶତପଥୀ  ସୂଚନା ଦେଇଛନ୍ତି । ଏହାକୁ ନେଇ ଆମେ ସେତୁ ନିର୍ମାଣକାରୀଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ଥିଲୁ କିନ୍ତୁ ସେ ମୁହଁ ଖୋଲିବାକୁ ସେ ସିଧା ମନା କରିଦେଇଥିଲେ ।

Get real time updates directly on you device, subscribe now.