fbpx

ଏକାମ୍ର ପ୍ରକଳ୍ପ ପାଇଁ ଉପଦେଷ୍ଟା କମିଟି ଗଠନ, ଅଧ୍ୟକ୍ଷ ହେଲେ ସନ୍ତୃପ୍ତ ମିଶ୍ର

ଭୁବନେଶ୍ୱର(ଓଡିଶା ଭାସ୍କର): ଏକାମ୍ର କ୍ଷେତ୍ରର ବିକାଶ ପାଇଁ ‘ଏକାମ୍ର’ ଯୋଜନାର ଶୁଭାରମ୍ଭ ହୋଇଛି । ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ଉପଦେଷ୍ଟା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ ଡକ୍ତର ସନ୍ତୃପ୍ତ ମିଶ୍ରଙ୍କୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଲିଙ୍ଗରାଜ ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନତି ପାଇଁ ହୋଇଛି ଏକାମ୍ର ପ୍ରକଳ୍ପ । ଲିଙ୍ଗରାଜ ମନ୍ଦିର ଆଖପାଖର ୮୦ ଏକର ଜମିରେ ବିକାଶମୂଳକ କାର୍ଯ୍ୟ ହେବ । ଏକାମ୍ର ପ୍ରକଳ୍ପ ଜରିଆରେ ବିନ୍ଦୁସାଗରର ବିକାଶ କରାଯିବ । ପ୍ରକଳ୍ପ ଦ୍ୱାରା ଏକାମ୍ର କ୍ଷେତ୍ରରେ ଥିବା ଐତିହ୍ୟ ସଂରକ୍ଷଣ କରାଯିବ । ପୂର୍ବରୁ ଏକାମ୍ର ପ୍ରକଳ୍ପକୁ ରୂପାନ୍ତରଣ ପ୍ରକଳ୍ପ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟ କରିବ ଏହି ‘ଏକାମ୍ର’ ଯୋଜନା ।

Get real time updates directly on you device, subscribe now.