fbpx
BSKY SKY
BSKY SKY

ବାହାନଗା ପୀଡ଼ିତଙ୍କ ପାଇଁ ଅଚ୍ୟୁତଙ୍କ ସହାୟତା ଘୋଷଣା: ୩୯ ପରିବାର ସଦସ୍ୟଙ୍କୁ ଦିଆଯିବ KIIT ଓ KISSରେ ଚାକିରି ଓ ମାଗଣା ଶିକ୍ଷା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଆଜି ବି ମନରୁ ଲିଭୁନାହିଁ । ଏହି ଦୁର୍ଘଟଣରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ମୃତକ ଓ ଆହତଙ୍କ ପାଇଁ କେନ୍ଦ୍ର ସରକାର, ରେଳ ମନ୍ତ୍ରଣାଳୟ ଓ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଘୋଷଣା କରାଯାଇଛି । ଏଥିସହିତ ଶିଳ୍ପପତି ଗୌତମ ଅଦାନୀ, ଆନନ୍ଦ ମହିନ୍ଦ୍ରାଙ୍କ ପରି ଶିଳ୍ପପତି, ବିରେନ୍ଦ୍ର ସେହୱାଗଙ୍କ ପରି ବହୁ କ୍ରୀଡ଼ାବିତ ପୀଡ଼ିତଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇଥିଲେ ।

ତେବେ ଏହା ମଧ୍ୟରେ ରାଜ୍ୟର ଅନ୍ୟତମ ଶିଳ୍ପପତି, ସମାଜସେବୀ, କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ବାହାନଗା ପୀଡ଼ିତଙ୍କ ପାଇଁ ଆଗକୁ ଆସିଛନ୍ତି । ରେଳ ଦୁର୍ଘଟଣାର ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦେବା ସହ ମୃତକଙ୍କ ପିଲାଙ୍କୁ କିଟରେ ମାଗଣା ଶିକ୍ଷା ଦାନ କରିବାକୁ କିଟ୍ ଓ କିସ୍ ପ୍ରତିଷ୍ଠା ଡକ୍ଟର ସାମନ୍ତ ଘୋଷଣା କରିଛନ୍ତି ।

ଏନେଇ ଶ୍ରୀ ସାମନ୍ତ କହିଛନ୍ତି, ବାହାନଗାରେ ଘଟିଯାଇଥିବା ବଡ଼ ଟ୍ରେନ ଦୁର୍ଘଟଣାର ମୃତକଙ୍କ ପରିବାରବର୍ଗଙ୍କୁ ସାହାଯ୍ୟ କରିପାରିଲେ ଆମେ ନିଜକୁ ଧନ୍ୟ ମନେ କରିବା । ମୋଟ ୨୮୮ ମୃତକଙ୍କ ମଧ୍ୟରୁ ଓଡ଼ିଶାରରୁ ୩୯ ଜଣ ରହିଛନ୍ତି । ତେଣୁ ରାଜ୍ୟର ମୃତ ବ୍ୟକ୍ତିଙ୍କ ପରିବାର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ କିଟ ଓ କିସରେ ଚାକିର ପ୍ରଦାନ କରାଯିବ । ସେହିପରି ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ଏହି ଦୁଇ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ମାଗଣାରେ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯିବ । ଏନେଇ ଖୁବଶୀଘ୍ର ବିଧିବଦ୍ଧ ଭାବେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ ଯେ, କିଟ ବିଶ୍ୱବିଦ୍ୟାଳୟ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି । ପୂର୍ବରୁ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଡକ୍ଟର ସାମନ୍ତ ଗରିବଙ୍କୁ ସହାୟତା ପ୍ରଦାନ କରିଛନ୍ତି । କିଟ ଶିକ୍ଷାନୁଷ୍ଠାନରେ ହଜାର ହଜାର ଗରିବ ଆଦିବାସୀ ପିଲା ମାଗଣାରେ ଶିକ୍ଷାଦାନ କରି ଦେଶ, ବିଦେଶରେ ଉଚ୍ଚ ପଦରେ ଅଧିଷ୍ଠିତ ହେବା ସହ ସମାଜରେ ପରିଚିତି ହାସଲ କରିପାରିଛନ୍ତି । ଡକ୍ଟର ସାମନ୍ତଙ୍କ ଏହି ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.