fbpx

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ପୁରୀ, ୧/୭(ଓଡିଶା ଭାସ୍କର): ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମାଉସୀଙ୍କ ଘରୁ ଶ୍ରୀମନ୍ଦିର ବାହୁଡିଯିବେ ତିନି ଠାକୁର। ଏବେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ, ଦ୍ୱାରପାଳ ପୂଜା ନୀତି, ଗୋପାଳବଲ୍ଲଭ, ସକାଳଧୂପ, ସେନାପଟା ନୀତି ସମ୍ପନ୍ନ ହୋଇଛି। ବର୍ତ୍ତମାନ  ମଙ୍ଗଳାର୍ପଣ ନୀତିକାନ୍ତି  ଚାଲିଛି। ସକାଳ ୮ରୁ ବାହୁଡା ପହଣ୍ଡି ଆରମ୍ଭ ହେବ । ପୂର୍ବାହ୍ନ ୧୦ଟା ସୁଦ୍ଧା ବାହୁଡା ପହଣ୍ଡି ଶେଷ ହେବ ।  ୧୦.୩୦ରୁ ୧୧.୩୦ଟା ମଧ୍ୟରେ ଛେରାପହଁରା ନୀତି ହେବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ଚାରମାଳ ଫିଟା ଓ ଘୋଡାଲାଗି ନୀତି ସମ୍ପନ୍ନ ହେବ। ଏହା ପରେ ପରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ରହିଛି। 

ଅନ୍ୟପଟେ ବାହୁଡା ଯାତ୍ରା ନେଇ ବହୁ କଟକଣା ଲାଗୁ କରାଯିବା ସହ ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି। ଏହାସହ କୋଭିଡ଼ ନେଗଟିଭ ଥିବା ସେବାୟତ ହିଁ ରଥ ଟାଣିବେ । ରଥ ଚାରିପଟେ ଅତିରିକ୍ତ କର୍ଡ଼ନ ମଧ୍ଯ ରହିଛି।

 

Get real time updates directly on you device, subscribe now.