fbpx
BJD SKY
BJD SKY

ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଉ ଜଣେ ଥାନାଧିକାରୀ, ନଗଦ ୨ ଲକ୍ଷ ଟଙ୍କା ଧରି ବସ୍‌ରେ ଘରକୁ ଫେରୁଥିଲେ

BJD

କୋରାପୁଟ: ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଉ ଜଣେ ଥାନାଧିକାରୀ। ନଗଦ ୨ ଲକ୍ଷ ଟଙ୍କା ଧରି ବସ୍‌ରେ ଘରକୁ ଫେରୁଥିବା ବେଳେ ଅଧା ବାଟରେ ଧରିପକାଇଛି ଭିଜିଲାନ୍ସ ବିଭାଗ। ସଂପୃକ୍ତ ଥାନାଧିକାରୀଙ୍କୁ ବସ୍‌ରୁ ଓହ୍ଲାଇ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ପଚରାଉଚରା କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ଧରିଛି ଭିଜିଲାନ୍ସ ବିଭାଗ। ଥାନାଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନିଜ ଘର କଟକ ଜିଲ୍ଲାରେ। ସେ ଆଜି ବୈପାରିଗୁଡ଼ାରୁ ଏକ ଘରୋଇ ବସ୍‌ (ରିଲାଏନ୍ସ )ରେ କଟକ ଯାଉଥିଲେ। ପାଖରେ ନଗଦ ୨ ଲକ୍ଷ ଟଙ୍କା ମଧ୍ୟ ରଖିଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଥିଲା। ଫଳରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ କଟକ ଅଭିମୁଖେ ଯାଉଥିବା ରିଲାଏନ୍ସ ବସ୍‌ ଉପରେ ଅତର୍କିତ ଚଢ଼ଉ କରିଥିଲେ। ସେହି ସମୟରେ ବସ୍‌ଟି ଜୟପୁରସ୍ଥିତ ଟାଙ୍କୁଆ ନିକଟରେ ଥିଲା। ଚଢଉ ସମୟରେ ଭିଜିଲାନ୍ସ କର୍ମଚାରୀଙ୍କୁ ଶ୍ରୀ ଶତପଥୀଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ମିଳିଥିଲା। ବିପୁଳ ପରିମାଣର ନଗଦ ଟଙ୍କା କେଉଁଠୁ ପାଇଲେ,‌ ସେନେଇ ତଦନ୍ତ ଜାରି ରଖିବା ସହ ଶ୍ରୀ ଶତପଥୀଙ୍କୁ ପଚରାଉଚରା ଜାରି ରଖିଛି ଭିଜିଲାନ୍ସ ବିଭାଗ।

Get real time updates directly on you device, subscribe now.