fbpx

(Video)ରିଲିଜ ହେଲା ‘Kantara-Chapter One’ର ପ୍ରଥମ ଟିଜର…ଭୟଙ୍କର ଲୁକରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀ

ମୁମ୍ବାଇ: ଖୁବଶୀଘ୍ର ବଡ଼ ପରଦାରେ ଆସିବାକୁ ଯାଉଛି ‘କାନ୍ତାରା-ଚାପ୍ଟର ୱାନ୍’ । ଯାହା ପୂର୍ବରୁ ଏହାର ପ୍ରଥମ ଝଲକ ଆଜି ସାମ୍ନାକୁ ଆସିଛି। ନିକଟରେ ଏହି ଫିଲ୍ମ ନାମ ଘୋଷଣା କରାଯାଇଥିବା ବେଳେ ଏହାର ପ୍ରଥମ ଟିଜର ରିଲିଜ ହୋଇଛି। ଏହି ଟିଜରରେ ଅଭିନେତା ତଥା ନିର୍ଦ୍ଦେଶକ ରିଷବ ଶେଟ୍ଟୀଙ୍କୁ ଏକ ଭୟଙ୍କର ଏବଂ ଆକର୍ଷଣୀୟ ରୂପରେ ଦର୍ଶାଯାଇଛି। ଟିଜର ଦେଖିବା ପରେ ଏହା ପ୍ରଥମ ଫିଲ୍ମ ଅପେକ୍ଷା ଅଧିକ ରହସ୍ୟମୟ ଏବଂ ରୋମାଞ୍ଚକ ହେବ ବୋଲି କୁହାଯାଉଛି। ତେବେ ଅଭିନେତା ତଥା ସିନେ ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏକଦମ୍ ଭୟଙ୍କର ଲୁକରେ ଏଥିରେ ନଜର ଆସିଛନ୍ତି । ଟିଜର ଆରମ୍ଭରୁ ରିଷଭ ସେଟ୍ଟୀ ଜଙ୍ଗଲରେ ଦୌଡୁଥିବା ଦେଖିବାକୁ ମିଳିଛି । ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ବି ଖୁବ୍ ଭୟାନକ ରହିଛି। ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଛନ୍ତି।

ସୂଚନା ଥାଉକି, ୨୦୨୨ରେ ରିଲିଜ କାନ୍ତାରା ସାରା ଦେଶରେ ସଫଳତା ହାସଲ କରିବା ସାଙ୍ଗକୁ ବିଶ୍ୱସ୍ତରୀରେ ବେଶ୍ ପ୍ରଂଶସା ସାଉଁଟିଥିଲା। ଦର୍ଶକମାନେ ଏହି ଫିଲ୍ମର ପ୍ରଥମ ଭାଗକୁ ଖୁବ ଭଲପାଇବା ଦେବା ସହ ଉତ୍ସାହର ସହିତ ଫିଲ୍ମର ପରବର୍ତ୍ତୀ ଭାଗକୁ ଅପେକ୍ଷା କରିଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ଏହା ସହ ଆସନ୍ତା ବର୍ଷ ହିନ୍ଦୀ ଏବଂ କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ, ଇଂରାଜୀ ଏବଂ ବଙ୍ଗଳା ସମେତ ୭ଟି ଭାଷାରେ ‘କାନ୍ତାରା ଚାପ୍ଟର ୧’ ରିଲିଜ ହେବ। ତେବେ ଫିଲ୍ମର କାଷ୍ଟ ଏପର୍ୟ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଫିଲ୍ମର ପ୍ରଥମ ଲୁକରେ ଅସାଧାରଣ କାହାଣୀରେ ପରିପୂର୍ଣ୍ଣ ଏକ ସମାନ୍ତରାଳ ଦୁନିଆକୁ ଯାତ୍ରା ଦେଖାଯାଇଛି।

Get real time updates directly on you device, subscribe now.