fbpx

ରତ୍ନଭଣ୍ଡାର ଲେଜର ସ୍କାନିଂ ପାଇଁ ଏଏସଆଇକୁ ଅନୁମତି, ଆସନ୍ତାକାଲିଠୁ ହୋଇପାରେ ପ୍ରକ୍ରିୟା ଆରମ୍ଭ

ଓଡିଶା ଭାସ୍କର: ଆସନ୍ତାକାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ହେବ। ରତ୍ନଭଣ୍ଡାର ସହ ମୁଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ। ପଞ୍ଚୁକ ପାଞ୍ଚ ଦିନ ଶ୍ରୀମନ୍ଦିରରେ ଭିଡ ଅଧିକ ରହୁଥିବାରୁ ଲେଜର୍ ସ୍କାନିଂ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ୨୮ ତାରିଖ ଦିନ ଧାର୍ୟ୍ୟ କରାଯାଇଥିଲା । ତେବେ ଏନେଇ ଏଏସଆଇକୁ ଅନୁମତି ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ତେଣୁ ଏଏସଆଇ ଟିମ୍ ଯ କୌଣସି ସମୟରେ ଆସି ଲେଜର୍ ସ୍କାନିଂ କରିପାରେ ବୋଲି ସେ କହିଛନ୍ତି। ଏହା ସହ ପ୍ରଥମେ ଏଏସଆଇ ବାହାର କାନ୍ଥର ଲେଜର ସ୍କାନିଂ କରିବେ ବୋଲି ସେ ପ୍ରତିକ୍ରିୟା ରଖଛନ୍ତି। ଅନ୍ୟପଟେ ଏଏସଆଇ ଫାଇନାଲ ରିପୋର୍ଟ ଦେବା ପରେ ବୈଷୟିକ ଟିମ ସମୀକ୍ଷା କରିବ। ରିପୋର୍ଟ ଆଧାରରେ ରତ୍ନଭଣ୍ଡାର ନେଇ ନିଷ୍ପତି ହେବ। ଯଦି କୌଣସି ଫାଟ ଥାଏ ତେବେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

Get real time updates directly on you device, subscribe now.