ଛେଳି କ୍ଷୀର ପିଇବାର ଦ୍ୱାରା ମିଳିଥାଏ ଏହି ଫାଇଦା

ଯେ ଛେଳି କ୍ଷୀରର ଅନେକ ଗୁଣ ରହିଥିବା ବେଳେ ଏହା ପ୍ରୋଟିନରେ ପରିପୂର୍ଣ୍ଣ ଥାଏ ବୋଲି ଆପଣ ତ ନିଶ୍ଚୟ ଶୁଣିଥିବେ । ଏହି କାରଣରୁ ଅନେକ ଲୋକ ଛେଳି କ୍ଷୀର ପିଇବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ଛେଳି କ୍ଷୀରର ଲାଭ କ’ଣ ଏବଂ ଏଥିରେ କେଉଁ ପୁଷ୍ଟିକର ଉପାଦାନ ମିଳୁଛି …

– ଛେଳି କ୍ଷୀରରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ପ୍ରୋଟିନ୍, ପୋଟାସିୟମ୍, ଭିଟାମିନ୍ ଏ, ବି ୨, ସି ଏବଂ ଡି ବହୁତ ପରିମାଣରେ ଥାଏ ।

– ଛେଳି କ୍ଷୀରରେ ଥିବା ମ୍ୟାଗ୍ନେସିୟମ୍ ହାଟବିଟକୁ ସୁରୁଖୁରୁରେ ଚଳାଇବାରେ ବହୁତ ସାହାଯ୍ୟକାରୀ ହୋଇଥାଏ । ଏହା ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ସଂପୂର୍ଣ୍ଣ ରୋକିଥାଏ । ଏହା କୋଲେଷ୍ଟ୍ରଲରକୁ ହ୍ରାସ କରିଥାଏ ଏବଂ ଏହା ଶରୀରକୁ ବହୁତ ଶକ୍ତି ଯୋଗାଇଥାଏ ।

– ଉଭୟ କ୍ୟାଲସିୟମ ଓ ପ୍ରୋଟିନ୍ ଛେଳି କ୍ଷୀରରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଶରୀରର ଓଜନ ହ୍ରାସ କରିଥାଏ ଏବଂ ପ୍ରୋଟିନ୍ ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ କରିଥାଏ ।

– ଛେଳି କ୍ଷୀର ମଧ୍ୟ ରକ୍ତହୀନତାରୁ ରକ୍ଷା କରିଥାଏ । ଏଥିରେ ଆଇରନ୍ ଭରପୂର ମିଳିଥାଏ ।

– ଛେଳି କ୍ଷୀରରେ ବହୁତ କମ୍ ଚର୍ବି ଥିବାରୁ ଏହା ହଜମ ହେବା ସହଜ ଅଟେ । ଏହାଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ସଂପୂର୍ଣ୍ଣ ଠିକ୍ ରହିଥାଏ ।