fbpx
BJD SKY
BJD SKY

(Video) ଭକ୍ତଙ୍କ ଭାବରେ ମୁଗ୍ଧ ହେଲେ ‘ବାଲକ ରାମ’: ଶ୍ରୀମୁଖରେ ଫୁଟି ଉଠିଲା ମଧୁର ହସ

BJD

ଓଡ଼ିଶା ଭାସ୍କର: ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ସ୍ଥାପନା ହୋଇଛି ଭବ୍ୟ ରାମ ମନ୍ଦିର । ଅମୃତ ବେଳାରେ ରାଲଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହେବା ପରେ ବର୍ତ୍ତମାନ ବାଲ୍ୟବିଗ୍ରହଙ୍କ ଦିବ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଗିଡ଼ ଦେଖିବାକୁ ମିଳିଛି । ପ୍ରସିଦ୍ଧ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ପ୍ରଭୁ ଶ୍ରୀରାମଙ୍କ ଅପୂର୍ବ ଦିବ୍ୟ ବିଗ୍ରହ ନିର୍ମାଣ କରିଛନ୍ତି । ଏହି ବିଗ୍ରହରେ ରାମଲାଲାଙ୍କ ୫ ବର୍ଷର ବାଲ୍ୟ ଚେହେରା ଏବଂ କୋମଳତା ଦୃଶ୍ୟମାନ ହେଉଛି । ବିଗ୍ରହ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ହୋଇ ସାରିବା ପରେ ଆଜି ପ୍ରଭୁ ରାମଲାଲାଙ୍କ ଶ୍ରୀମୁଖରେ ଖିଲି ଖିଲି ହସୁଥିବାର ଦେଖାଯାଇଛି ।

ଶ୍ରୀରାମଙ୍କ ପୁଲକିତ ଚେହେରା ଏବଂ ଶ୍ରୀମୁଖରେ ହସକୁ ଦେଖିି ଭାରତ ସହିତ ସାରା ବିଶ୍ୱର କୋଣ ଅନୁକୋଣରୁ ଜୟ ଶ୍ରୀରାମ ଧ୍ୱନି ଶୁଣିବାକୁ ମିଳିଛି । ସମସ୍ତେ ରାମ ଭକ୍ତିରେ ବୁଡି ରହିଥିବା ବେଳେ ଏବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଭକ୍ତମାନେ ଭାବନା ଓ ଚେତନାରେ ମଗ୍ନ ହୋଇ ଯାଇଛନ୍ତି । ଅନେକ ଭକ୍ତ ସମସ୍ତ ଘଟଣା ଦେଖି ମଧ୍ୟ ନିଜ ଆଖିକୁ ବି ବିଶ୍ୱାସ କରି ପାରୁ ନାହାନ୍ତି । ସେପଟେ ସୋସିଆଲ ମିଡିଆରେ ଜୋରସୋରରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ରାମ ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ‘ବାଲକ ରାମ’ଙ୍କ ଓଠରେ ଖିଲି ଖିଲି ହସ ଦେଖିବାକୁ ମିଳିଥିବା ବେଳେ ରାମଲାଲା ଆଖି ପଲକ ମଧ୍ୟ ପକାଉଛନ୍ତି । ଏହି ଦୃଶ୍ୟକୁ ଯେ କେହି ଦେଖୁଛି କିଛି କ୍ଷଣ ପାଇଁ ମନ୍ତ୍ରମୁଗ୍ଧ ହୋଇ ଯାଉଛି । ଶ୍ରୀରାମଙ୍କ ବ୍ୟାଲ୍ୟବିଗ୍ରହରେ ସ୍ୱୟଂ ପ୍ରଭୁ ଶ୍ରୀରାମ ଆବିର୍ଭାବ ହୋଇଛନ୍ତି ବୋଲି ଅନେକ ଭାବି ନେଇଛନ୍ତି । ତେବେ ରାମଲାଲାଙ୍କ ବିଗ୍ରହ ଏବଂ ରାମ ମନ୍ଦିରକୁ ଏବେ ସବୁଠି ଅନେକ ଚର୍ଚ୍ଚା ହେଉଥିବା ବେଳେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ତେବେ ଏହା ପଛରେ ଥିବା କାରଣ ଜାଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । ଭାଇରାଲ ହେଉଥିବା ଏହି ଦୃଶ୍ୟରେ ରାମଲାଲା ସତରେ ହସୁ ନାହାଁନ୍ତି, ଏହାକୁ ଏଆଇ ଦ୍ୱାରା ଏଡିଟିଙ୍ଗ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପରେ ଶ୍ରୀରାମଙ୍କ ଏହି ଅପୂର୍ବ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଏହି ଭିଡିଓରେ ବାରମ୍ବାର ଆଖି ପଲକ ପକାଇବା ସହିତ ହସୁଥିବା ବେଳେ ଅତ୍ୟନ୍ତ ସୁନ୍ଦର ଏବଂ ମନୋରମ ମନେ ହେଉଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ଅନେକ ଲୋକ ଖୁବ ସେୟାର କରୁଥିବା ବେଳେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।

 

Get real time updates directly on you device, subscribe now.