fbpx

ମତେ ବ୍ଲାକମେଲ କରାଯାଉଛି :ବଳଙ୍ଗା ଏଏସଆଇ

ପିପିଲି, ୩ା୧(ଓଡ଼ିଶା ଭାସ୍କର): ପୁରୀ ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ମାମଲା ହୋଇଥିଲା । ଏହି ଅଭିଯୋଗ ପରେ ଅଭିଯୋଗକାରିଣୀ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପାଇଁ କହିବା ପରେ ସେ ମନା କରିଛନ୍ତି । ଏହାପରେ ଏଏସଆଇ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ କରିଛନ୍ତି ।

ଆଜି ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଥିଲା । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇଙ୍କୁ ଅଟକ ରଖାଯାଇଥିଲା । ଏଏସଆଇ ଚିତରଞ୍ଜନ ଦାଶଙ୍କୁ ଅଟକ ରଖି ପିପିଲି ଏସଡ଼ିପିଓ ପଚରାଉଚରା କରୁଥିଲେ । ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ନିଜେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.