fbpx

ସିଏଏ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଚିଠି

କେରଳ, ୩ା୧: ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରୟି ଭିଜୟନ । ଏନେଇ ୧୦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମତାମତ ଲୋଡ଼ିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । କେରଳ ବିଧାନସଭାରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ସଙ୍କଳ୍ପ ପାରିତ ହୋଇଛି । ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କର ଚିଠି ମାଧ୍ୟମରେ ମତାମତ ଲୋଡ଼ିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ୍ ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପାସ ହୋଇଥିଲା । ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ ଉପରେ ମୋହର ମାରିବା ପରେ ଏହା ଆଇନରେ ପରିଣତ ହୋଇଥିଲା । ଏହି ଆଇନକୁ ନେଇ ଦେଶରେ ହିଂସାକାଣ୍ଡ ସାଙ୍ଗକୁ ପୋଡ଼ାଜଳା ମଧ୍ୟ ହୋଇଥିବା ଦେଖାଦେଇଥିଲା ।

Get real time updates directly on you device, subscribe now.