fbpx
BSKY SKY
BSKY SKY

ବଳଙ୍ଗା ଥାନା ବିସ୍ଫୋରଣକୁ ବିତିଲା ୨ ମାସ: ଏବେ ବି ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ, ବର୍ଷା ପାଣିରେ ନଷ୍ଟ ହେଉଛି କାଗଜପତ୍ର

BSKY

ନିମାପଡ଼ା (ଭାସ୍କର ନ୍ୟୁଜ୍‌): ନିମାପଡ଼ା ବ୍ଲକ୍‌ ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ୨ ମାସ ବିତି ଯାଇଥିଲେ ମଧ୍ୟ ଥାନା ଗୃହ ନିର୍ମାଣ ହୋଇ ନପାରିବାରୁ ଖୋଲା ଆକାଶ ତଳେ ଚାଲିଛି ଥାନା କାର୍ଯ୍ୟ । ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ବସିବାକୁ ଜାଗା ମିଳୁନାହିଁ । ଏହି ଥାନାର ଅଧିକାରୀ ଏକ ଛୋଟ ବାସଗୃହରେ ବସି କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ଥାନା କାର୍ଯ୍ୟରେ ବାଧା ଉପୁଜୁଛି । ଜଣେ କନିଷ୍ଠ ଯନ୍ତ୍ରୀ ଥାନାଗୃହ ନିର୍ମାଣ ପାଇଁ ଜାଗା ବୁଲି ଦେଖିଥିବା ବେଳେ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ବଳଙ୍ଗା ଥାନା ବାଣ ବିସ୍ଫୋରଣରେ ଉଡ଼ିଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ରେକର୍ଡ଼ ପତ୍ର ନଷ୍ଟ ହୋଇଯାଇଛି । ପିିପିଲି ଉପ-ନିର୍ବାଚନ ସେହି ସମୟରେ ଥିବାବେଳେ ଶାସକ ବିଜେଡ଼ି ବିରୋଧୀ ବିଜେପି ମଧ୍ୟରେ ବହୁ ତର୍କ ବିତର୍କ ହୋଇଥିଲା । ନିର୍ବାଚନ ସରିଯିବା ପରେ ୨ ଦଳର ନେତାଙ୍କର ଦେଖା ମିଳୁନାହିଁ । କେବେ ବି ଥାନା ବିଷୟରେ କୌଣସି ଠାରେ ଗୃହ ନିର୍ମାଣ ପାଇଁ ଉତ୍‌ଥାପନ କରୁନାହାନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଏହି ବିବାଦକୁ ନେଇ ନିର୍ବାଚନୀ ପାରି ହେବା ପାଇଁ ଚାଲିଥିଲା ବାକ୍ୟଯୁଦ୍ଧ । ବର୍ତ୍ତମାନ ଥାନାର କାଗଜ ପତ୍ର ବାହାରେ ଜମା ହୋଇଛି, ବର୍ଷା ପାଣିରେ ଓଦା ହେଉଛି, ଖୋଲା ଆକାଶ ତଳେ କର୍ମଚାରୀ ବସି କାର୍ଯ୍ୟ କରୁଛନ୍ତି । ୨ ମାସରୁ ଊଦ୍ଧ୍ୱର୍ ସମୟ ଅତିକ୍ରାନ୍ତ ହୋଇଯାଇଛି । ଥାନା ବିଷୟରେ ପୋଲିସ ବିଭାଗ ମଧ୍ୟ ଦୃଷ୍ଟି ଦେଉନାହାନ୍ତି । ଏହି ଥାନାରେ ପ୍ରତ୍ୟେକ ଦିନ ୫୦ ରୁ ଊଦ୍ଧ୍ୱର୍ ଅଭିଯୋଗ ବିଚାର କରାଯାଏ । ଯାହାକୁ ନେଇ ଏବେ କର୍ମଚାରୀମାନେ ବହୁ ଦୁର୍ଦ୍ଦିନରେ କାର୍ଯ୍ୟ କରୁଛନ୍ତି । ଥାନାର ଏପରି ଅବସ୍ଥା ଦେଖି ଅପରାଧୀମାନେ ଅପରାଧିକ କାର୍ଯ୍ୟ କରିଚାଲିଛନ୍ତି । ଏହି ଘଟଣା ଉପରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ଥାନାଗୃହ ନିର୍ମାଣ ସଂପର୍କରେ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

Get real time updates directly on you device, subscribe now.