fbpx

ଗ୍ୟାସ ଓଲ୍ଡିଂ ବେଳେ ହୁତ ହୁତ ହାଇ ଜଳିଗଲା ବାଇକ୍‌

ନିଆଳୀ (ଭାସ୍କର ନ୍ୟୁଜ୍‌): ନିଆଳୀ ବଜାର ବାହାରଣା ଗଳିରେ ବାଇକ ମରାମତି ସମୟରେ ଅଘଟଣ ଘଟି ଏକ ବାଇକ ଜଳିଯାଇଛି । ଖବର ଅନୁଯାୟୀ ଉକ୍ତ ଗଳିରେ ଥିବା ଏକ ଗ୍ୟାସ ଓଲ୍ଡିଂ ଦୋକାନରେ ନିଆଳୀ ଥାନା ଓଳାଂସ ଗ୍ରାମର ବାପି ଭୋଇ ବାଇକ ନଂ (ଓଆର ୦୨ ଏଟି ୯୨୬୭) ମରାମତି ହେଉଥିବା ସମୟରେ ହଠାତ ହୁତ ହୁତ ହାଇ ଜଳି ଉଠିଥିଲା । ଉପସ୍ଥିତ ଦୋକାନୀ ଓ ଗ୍ରାହକ ଭୟଭିତ ହୋଇ ଯାଇଥିଲେ । ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଳମ୍ବ ହୋଇ ଯାଇଥିବାରୁ ଗାଡିଟି ପୋଡି ପାଉଁଶ ହୋଇଯାଇଛି । ଘଟଣାଟି ସ୍ଥାନୀୟ ଅଂଚଳରେ ଏକ ଚର୍ଚ୍ଚାର ବଷୟ ପାଲଟିଛି । କେବଳ ଅସାବଧାନତା ପାଇଁ ଏହି ଅଘଟଣ ଘଟିଥିବା ଆଲୋଚନା ହେଉଛି ।

Get real time updates directly on you device, subscribe now.