fbpx
BSKY
BJD YOUTH SKY
BJD MS SKY

ପଠାନକୋଟରେ ଥିବା ଭାରତୀୟ ଯବାନଙ୍କ କ୍ୟାମ୍ପ ଉପରେ ଗ୍ରେନେଡ୍ ଆକ୍ରମଣ, ହାଇଆଲର୍ଟ ଜାରି

ପଠାନକୋଟ୍: ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଟ୍ ଆକ୍ରମଣ । ଯବାନ ମାନଙ୍କ କ୍ୟାମ୍ପ ଉପରକୁ ଏହି ଗ୍ରେନେଡ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏମାନେ ଏକ ବିବାହର ପ୍ରୋସେସନ୍ ସମୟରେ ଗ୍ରେନେଡ୍ ଫୁଟାଇଛନ୍ତି । ତେବେ ଏହି ଆକ୍ରମଣ ପଠାନକୋଟର ତ୍ରିବେଣୀ ନିକଟସ୍ଥ ଆର୍ମି କ୍ୟାମ୍ପରେ ହୋଇଥିବା ସୂଚନା ମିଳିଛି । ଘଟଣାପରେ ପୋଲିସ୍ ଓ ତଦନ୍ତ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି ।

ତେବେ ପଞ୍ଜାବର ପଠାନକୋଟ୍ ହେଉଛି ଭାରତୀୟ ଯବାନ ମାନଙ୍କର ଏକ ବଡ଼ ବେସ୍ । ଏଠାରେ ଥିବା ତ୍ରିବେଣୀ ଗେଟ୍ ପାଖରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି । ସୂଚନା ମୁତାବକ ସେ ଅଞ୍ଚଳ ଦେଇ ଏକ ବାହାଘର ପ୍ରୋସେସନ ଯାଉଥିଲା । କେହି କିଛି ଭାବିବା ଆଗରୁ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଆସି ଏହି ଗ୍ରେନେଡ଼ ବିସ୍ପୋରଣ କରି ଚାହୁଁ ଚାହୁଁ ଅନ୍ତର୍ଧ୍ୟାନ ହୋଇ ଯାଇଥିଲେ । ତେବେ ଏମାନେ କିଏ କେଉଁଠୁ ଆସିଲେ ଏବଂ ଏତେ ଚେକିଂ ସତ୍ୱେ ଆର୍ମି ଗେଟ ନିକଟରେ ଗ୍ରେନେଡ଼ ବିସ୍ପୋରଣ କେମିତି କଲେ ତାହା ଏବେ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି ।

ଏପଟେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଗ୍ରେନେଡ଼ ଗୁଡ଼ିକର ଖଣ୍ଡ ସବୁ ସଂଗ୍ରହ କରି ପୁଲିସ ତଦନ୍ତ କରୁଥିବା ବେଳେ ଏବେ ସମସ୍ତ ଚେକ ପଏଣ୍ଟରେ ହାଇ ଆଲର୍ଟ ଜାରୀ କରାଯାଇଛି ଏବଂ ପଠାନ କୋଟରେ ଚେକିଂ ଆହୁରି କଡ଼ା କଡି କରାଯାଇଛି । ହେଲେ ଏବେ ପର୍ୟ୍ୟନ୍ତ ଏ ଆତଙ୍କବାଦୀ ମାନଙ୍କ ସମ୍ପର୍କରେ ବିଶେଷ ତଥ୍ୟ ମିଳି ପାରିନାହିଁ । ଅନ୍ୟପକ୍ଷରେ ଏହି ବିସ୍ଫୋରଣୋର କାହାର କୌଣସି କ୍ଷତି ହୋଇନଥିବା ପୁଲିସ କହିଛି ।

Get real time updates directly on you device, subscribe now.