fbpx

ଟ୍ରାକ୍‌ରେ ପବଜୀ ଖେଳୁଥିବା ବେଳେ ଯୁବକଙ୍କୁ ଚାପିଦେଲା ଟ୍ରେନ ! ମୃତଦେହ ପାଖରେ ପଡିଥିଲା ପବଜୀ ଚାଲୁଥିବା ମୋବାଇଲ

AAKASH

ମଥୁରା : ମଥୁରା ଥାନା ଯମୁନାପାର ଥାନା ଅନ୍ତର୍ଗତ ମଥୁରା- କାଶଗଞ୍ଜ ରେଲୱେ ଟ୍ରାକରେ ଟ୍ରେନ ଚାପାରେ ଦୁଇ କିଶୋରଙ୍କ ମୃତ୍ୟୁ ହୋଇଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଦୁଇ କିଶୋର କାନରେ ଇୟରଫୋନ ଲଗାଇଥିଲେ ଓ ମୋବାଇଲରେ ଅନଲାଇନ ‘ପବ୍‌ଜୀ’ ଖେଳୁଥିଲେ ବୋଲି କୁହାଯାଉଛି । ଗେମ ଖେଳିବା ସମୟରେ ଦୁହେଁ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀନଗର ନିକଟରେ ସିଏନଜି ପମ୍ପ ପଛପଟେ ଯାଇଥିବା ମଥୁରା-କାଶଗଞ୍ଜ ରେଲୱେ ଲାଇନରେ ଦୁଇ ଯୁବକଙ୍କ ମୃତଦେହ ପଡିଥିଲା । ମୃତଦେହ ଦେଖି ସେହି ବାଟ ଦେଇ ଯାଉଥିବା ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଦୁଇ ଯୁବକ ହେଲେ କପିଲ (୧୮) ଓ ଗୌରବ କୁମାର (୧୮) । ଦୁହିଁଙ୍କ ଘର ଯମୁନାପାର କାଳିନ୍ଦୀ କୁଞ୍ଜରେ । ଇୟରଫୋନ ଲଗାଇ ଦୁହେଁ ମୋବାଇଲରେ ପବଜୀ ଖେଳୁଥିଲେ । ଏତିକିବେଳେ ଟ୍ରେନ ଆସିବା ଜାଣିପାରିନଥିଲେ ଓ ଦୁର୍ଘଟଣାର ଶିକାର ହୋଇଥିଲେ । ଜଣକର ମୋବାଇଲ ଭାଙ୍ଗି ଯାଇଥିବାବେଳେ ଆଉ ଜଣକ ମୋବାଇଲରେ ପବଜି ଚାଲୁଥିବା ମିଳିଥିଲା । ଦୁହିଁଙ୍କୁ କେଉଁ ଟ୍ରେନ ଚାପି ଦେଇଥିଲା ତାହା ଏବେ ଯାଏଁ ଜଣାପଡ଼ିନି । ଇନ୍ସପେକ୍ଟର ଶଶୀ ପ୍ରକାଶ କହିଛନ୍ତି ଯେ ମୋବାଇଲରେ ପବଜି ଚାଲୁଥିବା ଅବସ୍ଥାରେ ମିଳିଥିବାରୁ ଦୁହେଁ ଇୟରଫୋନ ଲଗାଇ ଗେମ ଖେଳୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯୁବକଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.