fbpx

ଜେଲ ଗଲେ ନିଲମ୍ବିତ ଏଏସଆଇ

ବଳଙ୍ଗା,୪ ।୧(ଓଡିଶା ଭାସ୍କର): ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଏବେ ଚର୍ଚ୍ଚାରେ ରହିଛି । ଏହି ମାମଲାରେ ନିଲମ୍ବିତ ହୋଇଥିବା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ଜାମିନ ନାମଞ୍ଜୁର ହୋଇଛି । ଜାମିନ ନାମଞ୍ଜୁର ପରେ ଜେଲ ଯାଇଛନ୍ତି ନିଲମ୍ବିତ ଚିତ୍ତରଞ୍ଜନ ।

ତେବେ ପୁରୀ ବଳଙ୍ଗା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହି ଦୁଷ୍କର୍ମ ମାମଲାରେ ତାଙ୍କୁ ଗତକାଲି ଗିରଫ କରାଯାଇଥିଲା । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାପୂର୍ବରୁ ତାଙ୍କୁ ଫସାଇବା ସହ ବ୍ଲାକମେଲ କରାଯାଉଥିବା ଅଭିଯୋଗ ସେ କରିଥିଲେ । ତାଙ୍କୁ ଗିରଫ କରିବା ପରେ ଏହି ମାମଲାର ପିପିଲି ଏସଡ଼ିପିଓ ତଦନ୍ତ ଜାରି ରଖିଥିଲେ । ଆଜି ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ପୁରୀ ଏସପି । ପାରିବାରିକ କଳହ ସମାଧାନ କରାଇଦେବାକୁ କହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କୁ ନିଜ ବାସଭବନକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ନିଜେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.