fbpx

ବଲାଙ୍ଗୀର: ଝାଡାବାନ୍ତିରେ ୩୦ରୁ ଅଧିକ ଆକ୍ରାନ୍ତ, ଦୁଇ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ଝାଡାବାନ୍ତି ଲୋକଙ୍କ ମଧ୍ୟରେ ଭୟର ସଂଚାର କରିଛି । ତୁଲେକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦପାଡ ଗାଁରେ ଏହି ରୋଗରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ରୁ ଅଧିକ ଆକ୍ରନ୍ତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରକେଲା ମେଡିକାଲରେ ଚିକିତ୍ସା କରାଯାଉଛି ଓ ଅନ୍ୟମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଗାଁରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯାଇଛି । ସେଠି ଅଳ୍ପ ଆକ୍ରାନ୍ତଙ୍କୁ ରଖି ଚିକିତ୍ସା କରାଯାଉଛି ।

ତେବେ ଗାଁରେ କେମିତି ଝାଡାବାନ୍ତି ବ୍ୟାପିଲା ତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା େବେଳେ ଦୂଷିତ ପାଣି ପାଇଁ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି । ମେଡିକାଲ ଟିମ ରବିବାର ଦିନ ଗାଁରୁ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଇ ଦେଇଛି ।

ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ସମୟରେ ଝାଡାବାନ୍ତି ରୋଗ ଦେଖିବାକୁ ମିଳିଥାଏ । ଖାଲି ବଲାଙ୍ଗୀର ନୁହେଁ, କିଛି ମାସ ଆଗରୁ ସୁନ୍ଦରଗଡ, ରାଉରକେଲା ଆଦି ସ୍ଥାନରେ ମଧ୍ୟ ଝାଡାବାନ୍ତି ବ୍ୟାପିଥିଲା । ବାରମ୍ବାର ପଶ୍ଚିମ ଓଡିଶାରେ ଝାଡାବାନ୍ତି ବ୍ୟାପିବା ସହ ଦୂଷିତ ପାଣି ପିଇବାରୁ ଏମିତି ହେଉଥିବା କୁହାଯାଉଛି, କିନ୍ତୁ ଏହାର ସ୍ଥାୟୀ ସମାଧାନ ହେଉନାହିଁ ।

ଜିଲ୍ଲାରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ସଠିକ ରୂପେ ହେଉନଥିବା ଅଭିଯୋଗ ହେଉଛି । ଜଳ ପରି ଏକ ମୌଳିକ ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ବିଫଳ ହେଉଛି ।

Get real time updates directly on you device, subscribe now.